ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଦିଦିଙ୍କ ଖେଳ ଶେଷ ହେବ: ଧର୍ମେନ୍ଦ୍ର ପ୍ରଧାନ

କୋଲକତା : ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଖେଳ ହେବ’ ବୋଲି କହୁଥିବା ବେଳେ ବାସ୍ତବରେ ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସମସ୍ତ ନାଗରିକ ସମେତ ରାଜ୍ୟର ସମବେତ ଜନତା ଦିଦିଙ୍କ ଖେଳ ଶେଷ କରିବା ପାଇଁ ମନ ବଳାଇ ସାରିଲେଣି ବୋଲି ନନ୍ଦିଗ୍ରାମରେ ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଖେଳ ଶେଷ ହେବ । ନନ୍ଦିଗ୍ରାମରେ ବିଜେପିର ବିଜୟ ନିଶ୍ଚୟ ହେବ । ମମତା ଦିଦିଙ୍କ ଗୁଣ୍ଡାଗର୍ଦ୍ଦିର ଜବାବ ନନ୍ଦିଗ୍ରାମର ସାଧାରଣ ଜନତାମାନେ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ନନ୍ଦିଗ୍ରାମରେ ବିଜେପି ଲୋକଙ୍କ ଅଧିକାର ପାଇଁ ନିର୍ବାଚନ ଲଢୁଛି । ଲୋକଙ୍କ ସେବା ଓ ବିକାଶ କାମ କରିବା ପାଇଁ ସରକାର ଗଠନ ହୋଇଥାଏ । ମାତ୍ର ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଶାସନରେ ରାଜ୍ୟରେ ଦୁର୍ନୀତି, ଲୁଟ, କଟମନୀ ଓ ଅତ୍ୟାଚାର ବୃଦ୍ଧି ପାଇଛି । ଗୋଟିଏ ପଟେ ସାରା ଭାରତବର୍ଷରେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବିକାଶ ତଥା ରୋଜଗାର ପାଇଁ ଉଦ୍ୟୋଗ, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତମ ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ମାତ୍ର ମମତା ଦିଦିଙ୍କ ଶାସନରେ ଏହି ସବୁ ସୁବିଧାରୁ ପଶ୍ଚିମବଙ୍ଗବାସୀ ବଂଚିତ ଅଛନ୍ତି । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଚାଷୀ, ଶ୍ରମିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିବା ବେଳେ ପଶ୍ଚିମବଙ୍ଗରେ ଦୀର୍ଘ ୧୦ ବର୍ଷ ଶାସନରେ ଲୋକମାନେ ଅବହେଳିତ ହୋଇଛନ୍ତି ।

ଏହି ସବୁର ହିସାର ପଶ୍ଚିମବଙ୍ଗର ଜନତା ଚଳିତ ସାଧାରଣ ନିର୍ବାଚନରେ ଦେବେ । ପଶ୍ଚିମବଙ୍ଗରେ ଜନତା ପରିବର୍ତନ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନନ୍ଦିଗ୍ରାମର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନ ଏଜେଂଟଙ୍କ ସହ ନନ୍ଦିଗ୍ରାମର ବିଡ଼ିଓଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ। ପୋଲିସ ଟିଏମସି କାର୍ଯ୍ୟକର୍ତାଙ୍କ ସହ ମିଶି ବ୍ୟାପକ ଅବହେଳା କରିବା ଉପରେ ସେ ଅଭିଯୋଗ କରିବା ସହ ନନ୍ଦିଗ୍ରାମରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ କରିଥିଲେ । ଏହି ନିର୍ବାଚନ ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ନନ୍ଦିଗ୍ରାମରେ ବିଭିନ୍ନ ସାମାଜିକ ସଂଗଠନର ମହିଳା ସ୍ୱଚ୍ଛେସେବୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *