୧୧ ମାର୍ଚ୍ଚରେ ନାମାଙ୍କନ କରିବେ ମମତା ବାନାର୍ଜୀ, ୧୨ରେ ଶୁଭେନ୍ଦୁ ଦେଖାଇବେ ଦମ୍‌

କୋଲକାତା :  ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତୃଣମୂଳ କଂଗ୍ରେସ ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନିଜର ସମସ୍ତ କାର୍ଡ ଖୋଲିଦେଇଛି। ସେପଟେ ଭାଜପା ଏ ପର୍ଯ୍ୟନ୍ତ ମାତ୍ର ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାରି ଭିତରେ ରାଜ୍ୟର ନନ୍ଦୀଗ୍ରାମ ବିଧାନସଭା ଆସନ ସବୁଠୁ ଅଧିକ ହଟ୍‌ ସିଟ୍‌ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦୀଗ୍ରାମ ଆସନରୁ ଲଢ଼ିବେ ଏବଂ ଭାଜପା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ମଇଦାନକୁ ଓହ୍ଲାଉଛି। ରାଜନୀତିର ଏହି ଦୁଇ ଧୁରନ୍ଧର ଜଣେ ଜଣଙ୍କୁ ମାତ୍‌ ଦେବାକୁ ଦାବି କରୁଛନ୍ତି।

ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବା ପାଇଁ ମମତା ବାନାର୍ଜୀ ୧୧ ମାର୍ଚ୍ଚରେ ନାମାଙ୍କନ ଦାଖଲ କରିବେ । ତେବେ ଏ ନେଇ ପୂର୍ବରୁ ମମତା ଘୋଷଣା କରିଥିଲେ କି, ୧୦ ମାର୍ଚ୍ଚରେ ସେ ନନ୍ଦୀଗ୍ରାମ ଯିବେ ଏବଂ ୧୧ ମାର୍ଚ୍ଚରେ ନାମାଙ୍କନ ଭରିବେ । କୁହାଯାଉଛି, ତୃଣମୂଳ କଂଗ୍ରେସ ଖୁବ୍‌ଶୀଘ୍ର ନିଜ ଘୋଷଣା ପତ୍ର ବି ଜାରି କରିପାରେ। ମମତା ବାନାର୍ଜୀଙ୍କ ଗୋଟିଏ ଦିନ ପରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିଜ ନାମାଙ୍କନ ଦାଖଲ କରିପାରନ୍ତି। ଗୋଟିଏ ସମୟରେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ବଡ଼ ଭୂମିକା ନିଭାଉଥିଲେ। କିନ୍ତୁ ଏବେ ସେ ନିଜର ପୂର୍ବ ନେତା ମମତା ବାନାର୍ଜୀଙ୍କୁ ହରାଇବା ପାଇଁ ବଳ କଷୁଛନ୍ତି। ଶୁଭେନ୍ଦୁଙ୍କ ଅଧିକାରୀଙ୍କ କହିବା ହେଲା, ସେ ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ହରାଇବେ। ପଶ୍ଚିମବଙ୍ଗରେ ମୋଟ ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ୨୭ ମାର୍ଚ୍ଚରେ ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟ ୨୯ ଏପ୍ରିଲରେ ହେବ। ୨ ମେ’ରେ ଫଳାଫଳ ଘୋଷଣା କରାଯିବ। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *