୨ ରାଜ୍ୟ ବଢ଼ାଇଲେ ଲକଡାଉନ୍ ଅବଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଖସୁଥିବା ବେଳେ କିଛି ରାଜ୍ୟରେ ମାମଲା ବଢ଼ୁଛି । କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକଡାଉନ୍ ସମୟସୀମା ବୃଦ୍ଧି କରିଛନ୍ତି । ରାଜ୍ୟରେ ଜୁନ୍ ୧୫ ତାରିଖ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ରାଜ୍ୟରେ ଜୁଲାଇ ଶେଷରେ ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ବିଶେଷଜ୍ଞଙ୍କ ସୁପାରିସ୍ ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ ଜୁନ୍ ୧୦ ଯାଏ ଲକଡାଉନକୁ ବୃଦ୍ଧି କରିଛନ୍ତି । ଲକଡାଉନ୍ ବଢ଼ିଥିବା ସରକାର କଟକଣାରେ କିଛିଟା କୋହଳ କରିଛନ୍ତି । ଘରୋଇ ଗାଡ଼ିରେ ସୀମିତ ସଂଖ୍ୟା ଯାତ୍ରୀ ନେଇ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଅକ୍ସିଜେନକୁ ମେଡିକାଲ୍ ସହ ଅନ୍ୟ କାର୍ଯ୍ୟରେ ବ୍ୟବହାର ନେଇ ଦିଆଯାଇଛି ଅନୁମତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *