ସରକାରଙ୍କ ବଡ଼ ଘୋଷଣା, ସମସ୍ତ ସହରାଞ୍ଚଳରେ ଶନି, ରବି ସଟଡାଉନ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ସଟଡାଉନ । ଦ୍ୱିତୀୟ ପର୍ଯ୍ୟାୟ କରୋନା କେସକୁ ପରିଲିଖିତ କରି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ।  ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି  । ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଯଦ୍ବାରା ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ରୋକ ଲାଗିବ । ମାଲ ପରିବହନ ଓ ମଣ୍ଡି ଖୋଲା ରହିବ । ଜାତୀୟ ରାଜପଥ ପାର୍ଶ୍ବ ଢାବା ଖୋଲା ରହିବ । ଏହି ଦିନମାନଙ୍କରେ କେବଳ ଖାଦ୍ୟ ପାରସଲ ପାଇଁ ଅନୁମତି ଦେଇଛନ୍ତି ସରକାର।

ସେହିପରି ଜରୁରୀ ସେବାରେ ଥିବା କର୍ମଚାରୀ ସଟଡାଉନ ଦିନରେ କେବଳ ପାସ ଦେଖାଇ ଯାଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଅଙ୍ଗନୱାଡି, ସ୍କୁଲ, କଲେଜ ଆଦି ବନ୍ଦ ରହିବ । ରୋଗୀମାନେ ମଧ୍ୟ ମେଡିକାଲ କାଗଜପତ୍ର ଦେଖାଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

ରାଜ୍ୟରେ ଗତ ୭ରୁ ୮ ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେଣୁ ଏହି ବଢୁଥବା କରୋନା ମାମଲାକୁ କମାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି କଟକଣା ଅର୍ଥାତ ସଟଡାଉନ ଆସନ୍ତା ୨୧ ତାରିଖରୁ ଆରମ୍ବ କରାଯିବ । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହି କଟକଣା ବଳବତ୍ତର ରଖିବେ ବୋଲି କହିଛନ୍ତି ଏସଆରସି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *