୨ ଦିନ ରାଜ୍ୟରେ ହାଲୁକା ବର୍ଷା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମା ଅଞ୍ଚଳ ଉପରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି । ଯାହାକି ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫ କି.ମି ଯାଏ ଲମ୍ବିଛି । ପ୍ରଭାବରେ ଓଡ଼ିଶାରେ ପାଗ ମୁଖ୍ୟତଃ କୋହଲା ରହିବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସଙ୍କ ମତରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ପୁରୀରେ ସର୍ବାଧିକ ୮.୧ ମିମି ବର୍ଷା ହୋଇଥିବାବେଳେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନାଗିରି ଓ ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧିପାଇବ । ପ୍ରାୟ ୪ ଦିନ ଧରି ରାଜ୍ୟରେ ଏକାଧିକ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ରାଜ୍ୟକୁ ଏବେ ପୂରୁବା ପବନ ବହୁଥିବାବେଳେ ସମୁଦ୍ର ଉପରେ ଲଘୁଚାପ ବଳୟ ସକ୍ରିୟ ରହିଛି ।

ଯାହାଫଳରେ ରାଜ୍ୟରେ ଶୀତ ପରିମାଣ ସାମୟିକ ଭାବେ ହ୍ରାସ ପାଇଛି । ଆସନ୍ତା ୨୫ ତାରିଖ ସକାଳ ଯାଏ ଏହି ପାଗ ରହିବା ନେଇ ପୂର୍ବାନୁମାନ କରାଯାଇଛି । ୨୧, ୨୨ ଓ ୨୩ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ରୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ଶୁଖିଲା ରହିବ । ଫଳରେ ସର୍ବନିମ୍ନ ତାପମାତ୍ରା ଖସିବା ସହ ଶୀତ ବଢ଼ିବା ସମ୍ଭାବନା ରହିଛି । ୨୫ରୁ ଆକାଶ ମେଘମୁକ୍ତ ରହିବା ସହ ପାଣିପାଗ ବଦଳିବା ନେଇ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ପାହାଡ଼ି ଅଞ୍ଚଳ ଦାରିଙ୍ଗବାଡ଼ୀରେ ସବୁଠୁ କମ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମତଳ ଅଞ୍ଚଳ ଫୁଲବାଣୀ ଓ ଟିଟଲାଗଡ଼ରେ ପାରଦ ୧୮.୫ ଡିଗ୍ରୀ ରେକର୍ହ କରାଯାଇଛି । ରାଜ୍ୟରେ ଆହୁରି ୨-୩ ଦିନ ଯାଏ କୋହଲା ପାଗ ରହିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ବିଶେଷ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ତେବେ ଆସନ୍ତାକାଲି ଠାରୁ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ସେପଟେ ବର୍ତ୍ତମାନ ଉତ୍ତର-ପୂର୍ବ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ଶେଷ ହୋଇଛି । ଯାହାପାଇଁ ବଙ୍ଗୋପସାଗରରେ ଲଗାତାର ଭାବେ ବଳୟ ସୃଷ୍ଟି ହେବା ସହ ଅଧିକ ସମୟ ସମୂଦ୍ରରେ ରହି ବଳଶାଳୀ ହେଉଛି । ବିଳମ୍ବିତ ପ୍ରକ୍ରିୟା ପାଇଁ ଲଘୁଚାପର ପ୍ରଭାବରେ ଭାରି ବର୍ଷା ହେଉଛି । ବର୍ତ୍ତମାନ ଫସଲ ଅମଳ ସମୟରେ ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେବେ ଆସନ୍ତା ୨୬ରୁ ୨୭ ତାରିଖରେ ପୁଣି ବଳୟ ସୃଷ୍ଟି ହେବା ନେଇ ଆନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଆକଳନ କରୁଥିବାବେଳେ ନଭେମ୍ବର ଶେଷ ବେଳକୁ ପୁଣି ବର୍ଷା ଭୟ ଘାରିଛି । ଏପରିକି ଡିସେମ୍ବର ମାସର ପ୍ରଥ ସପ୍ତାହରେ ମଧ୍ୟ ପୁନଃ ଲଘୁଚାପ ହେବା ନେଇ ଆଶଙ୍କା ପ୍ରକାଶ କରାଯାଉଥିବାବେଳେ ଏହା ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ନଭେମ୍ବର ଶେଷ ସୁଦ୍ଧା ଉତ୍ତର-ପୂର୍ବ ମୌସୁମୀ ବାୟୁ ଅପସାରିତ ହେବା କଥା, କିନ୍ତୁ ବାୟୁମଣ୍ଡଳରେ ସକ୍ରିୟ ଲଘୁଚାପ ପାଇଁ ଏହା ଆସନ୍ତା ଡିସେମ୍ବର ମଧ୍ୟଭାଗ ଯାଏ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *