୮୨ ବର୍ଷରେ ମହାକାଶ ଯାଇ ଇତିହାସ ରଚିଲେ ୱାଲି ଫଙ୍କ

ନୂଆଦିଲ୍ଲୀ: ୮୨ ବର୍ଷ ବୟସରେ ସାଧାରଣ ଲୋକଙ୍କ ଚଲାବୁଲା କରିବା କଷ୍ଟ ହୋଇ ପଡିଥାଏ । ତେବେ ଏହି ବୟସରେ ମହକାଶ ଯାଇ ଇତିହାସ ରଚିଛନ୍ତି ପାଇଲଟ୍ ୱାଲି ଫଙ୍କ । ଜଣେ ପେଶାଦାର ପାଇଲଟ୍ ରହିଥିବା ଫଙ୍କ ୧୬ ହଜାର ଘଣ୍ଟା ବିମାନ ଉଡାଇ ସାରିଛନ୍ତି । ଏହା ସହିତ ମହାକାଶଚାରୀ ହେବା ନିମନ୍ତେ ସମସ୍ତ ପ୍ରଶିକ୍ଷଣ ମଧ୍ୟ ସମାପ୍ତ କରିଥିଲେ ଫଙ୍କ । ତେବେ ମଙ୍ଗଳବାର ଆମାଜନ ମାଲିକ ଜେଫ୍ ବେଜୋସଙ୍କ ସହିତ ମହାକାଶ ଯାତ୍ରା କରିଛନ୍ତି ଫଙ୍କ । ଏହା ସହିତ ସବୁଠାରୁ ବୟସ୍କ ଏବଂ ବୟସ୍କ ମହିଳା ଭାବରେ ମହାକାଶ ଯାତ୍ରା କରି ଫେରିଛନ୍ତି ଫଙ୍କ । ୧୯୬୦ ମସିହାରେ ଫଙ୍କ ମହାକାଶ ଚାରୀ ହେବାର ସମସ୍ତ ପ୍ରଶିକ୍ଷଣ ଶେଷ କରିଥିଲେ । ତେବେ ଆମେରିକା ସରକାରଙ୍କ ମରକ୍ୟୁରୀ ପ୍ରୋଗ୍ରାମ ବନ୍ଦ ହେବା ସହିତ ଫଙ୍କଙ୍କ ମହାକାଶ ଯିବାର ଆଶା ମଧ୍ୟ କ୍ଷୀଣ ହୋଇ ଯାଇଥିଲା । ମାତ୍ର ଜେଫ ବେଜୋସଙ୍କ କମ୍ପାନୀ ବ୍ଲୁ ଫିଲ୍ଡ ପକ୍ଷରୁ ନିର୍ମାଣ କରାଯାଇଥିବା ସ୍ପେସ ସିପ୍ ନ୍ୟୁ ଶେଫର୍ଡରେ ମହାକାଶ ଯାତ୍ରା କରିବାର ସୁଯୋଗ ପାଇଥିଲେ ଫଙ୍କ । ଏକମାତ୍ର ମହିଳା ଭାବରେ ଫଙ୍କ ବିଶ୍ୱର ସମସ୍ତ ବିମାନ ଏବଂ ଯୁଦ୍ଧ ଜାହଜ ଚଳାଇବାର କୃତିତ୍ୱ ମଧ୍ୟ ହାସଲ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *