ସତର୍କ ରହିବାକୁ ପଡ଼ିବ, ୧୦ଟି ରାଜ୍ୟରେ ସଂକ୍ରମଣ ବଢ଼ିଲାଣି !

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ବାର୍ତ୍ତା ଦେଇ କହିଛନ୍ତି, ଅଯଥାରେ ଭିଡ଼ କରିବା ନାହିଁ। କୋଭିଡ଼ ନିୟମ ମାନିବା। ଦେଖିବାକୁ ଗଲେ ୧୦ଟି ରାଜ୍ୟରେ ସଂକ୍ରମଣ ବଢ଼ିଲାଣି। ଭୁବନେଶ୍ୱର ଓ କଟକରେ ଆର ଫ୍ୟାକ୍ଟର ଅଧିକ ରହିଛି। ଏଥିପାଇଁ ଆମକୁ ସତର୍କ ରହିବା ପାଇଁ ପଡ଼ିବ । ଅତୀତରେ ନିର୍ବାଚନ, ଧାର୍ମିକ ସମାବେଶ,ସାମାଜିକ ଉତ୍ସବ ପାଇଁ ସଂକ୍ରମଣ ବଢିଥିଲା। ତେଣୁ ଏବେ ଏସବୁଠୁ ଦୂରେଇ ରହିଲେ ସୁପରସ୍ପ୍ରେଡ଼କୁ ଅଟକା ଯାଇପାରିବ। ମଣିଷ ବଞ୍ଚି ରହିଲେ ପର୍ବପର୍ବାଣି ପାଳନ କରିବ। ସରକାରଙ୍କ ଗାଇଡ଼ଲାଇନ ଅନୁସାରେ କମ ଲୋକଙ୍କୁ ନେଇ ପୂଜା କରାଯାଉ। ଯେଉଁଠି ସଂକ୍ରମଣ ଅଧିକ ରହୁଛି ସେଠି ଆର ଭ୍ୟାଲୁ ଅଧିକ ରହିଛି ଏବଂ ଆର ଭ୍ୟାଲୁ ଯେଉଁଠି ଅଧିକ ସେଠି ସଂକ୍ରମଣ ଅଧିକ। ଦୁଇଟା ପରସ୍ପର ପରିପୂରକ। ଆମକୁ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି କଟକଣା ରଖିବାକୁ ପଡ଼ିବ। ସରକାର ଚାହୁଁଛନ୍ତି ସମସ୍ତଙ୍କୁ ଟିକାକରଣ କରିବାକୁ ପଡ଼ିବ। ଭ୍ୟାକ୍ସିନ ଉତ୍ପାଦନକୁ ଦେଖି ଟିକାକରଣ କରାଯାଉଛି। ଲୋକ ସରକାରଙ୍କୁ ସହଯୋଗ କରନ୍ତୁ। ବର୍ତ୍ତମାନ ଡେଙ୍ଗୁ ସ୍ଥିତି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି। ଭୁବନେଶ୍ୱର କଟକରେ ସାମାନ୍ୟ ଅଧିକ ରହିଛି। ଗତ ଦୁଇ ତିନି ଦିନ ତଳେ ଯେମିତି ବୃଦ୍ଧି ପାଉଥିଲା ସେହି କ୍ରମରେ ହ୍ରାସ ପାଉଛି। କ୍ୟାପିଟାଲ ହସ୍ପିଟାଲରେ ୬୦ ରୋଗୀ ଅଛନ୍ତି।୧୦୦ ରୋଗୀ ରହିବାର ବ୍ୟବସ୍ଥା ଅଛି। ମାଗଣାରେ ବ୍ଲଡ଼,ପ୍ଲେଟଲେଟ ଦିଆଯାଉଛି। କାହାର ମୄତ୍ୟୁ ହୋଇନି। ତେଣୁ ଲୋକଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ ଡି ସାହୁ କହିଛନ୍ତି। ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୧୧୫ ରୋଗୀଙ୍କ ସାମ୍ପୁଲ ଟେଷ୍ଟ ହୋଇଥିଲା । ଏଥିମଧ୍ୟରୁ ୫୦ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି। ୱାର୍ଡରେ ୫୧ ରୋଗୀ ଅଛନ୍ତି। ପ୍ଲେଟଲେଟର ଡିମାଣ୍ଡ ଅଧିକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ଅଭାବ ନାହିଁ। ଗତକାଲି ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ଲେଟଲେଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।। ଯନ୍ତ୍ରପାତି ଏବଂ କିଟ ପାଇଁ ଯାହା ଖର୍ଚ ହେବ ଆର୍ଥିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି। ପ୍ଲେଟଲେଟର ଅସୁବିଧା ହେବନି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ ଡି ସାହୁ କହିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *