ମନ୍ଦିର ଉଚ୍ଛେଦକୁ ନେଇ ତାତିଲେ ଗ୍ରାମବାସୀ

କିଶନନଗର(ସନ୍ତୋଷ କୁମାର ସାହୁ) : କଟକ ଜିଲ୍ଲା କିଶନନଗର ତହସିଲ ଅଧିନ ସାଲେପୁର ବ୍ଲକ୍ ରଟିଲୋ ପଞ୍ଚାୟତ ମହାନଦୀ ଅବବାହିକାରେ ଗଢି ଉଠିଥିବା ସର୍ବପୁରାତନ ପଞ୍ଚମୁଖୀ ହନୁମାନ ମନ୍ଦିର ସହ ନୂତନ ଭାବେ ଗଢି ଉଠିଥିବା ଗୃହ ଓ ନୂତନ କାରୁ କାର୍ଯ୍ୟକୁ ଭାଙ୍ଗିବା ପାଇଁ ଦୀର୍ଘଦିନ ହେବ ଏନ୍‌ଜିଟି ମାଧ୍ୟମରେ ମକଦ୍ଦମା ଚାଲିଥିଲା । ଏ ନେଇ ଏନ୍‌ଜିଟି ରାଜ୍ୟସରକାର, ଜିଲ୍ଲାପାଳ, ତହସିଲଦାରଙ୍କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିବାବେଳେ ପ୍ରଶାସନ ଉଚ୍ଛେଦ ପୁର୍ବରୁ ଆଜି ଦେଖାଦେଇଥିଲା ବୀରୋଧ । ଗ୍ରାମବାସି ପକ୍ଷରୁ ପାଖାପାଖି ଶତାଧିକ ପୁରୁଷ ଓ ମହିଳା ମନ୍ଦିର ଉଚ୍ଛେଦକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଆଇନି ଶୃଙ୍ଖଳା ପରିସ୍ଥତିକୁ ଲକ୍ଷକରି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସୂଚନା ମୁତାବକ, ଏହି ମନ୍ଦିର ପାଇଁ ମହାନଦୀ ଜଳ ପ୍ରବାହରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ଏବଂ ଗାଁ ପ୍ରତି ବନ୍ୟାର ଆଶଙ୍କା ରହିଥିବା ନେଇ ୨୦୧୮ ମସିହାରେ ନୟାଗଡ଼ ଅଞ୍ଚଳର ସାମାଜିକ ସୁରକ୍ଷା କର୍ମୀ ଦିଲ୍ଲୀପ ସାମନ୍ତରାୟ ଏନ୍‌ଜିଟିରେ ଅଭିଯୋଗ କରିଥିଲେ ।

୧୫ ।୧୨ ।୨୦୨୦ରେ ଏନ୍‌ଜିଟି ନଦୀ ପଠାର ଅବରୋଧ କରାଯାଇ ବେଆଇନି ଭାବେ ନିର୍ମାଣ ହୋଇଥିବା ଏହି ପଞ୍ଚମୁଖୀ ହନୁମାନ ମନ୍ଦିରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।  ହେଲେ ଜିଲ୍ଲାପାଳ ମହୋଦୟ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ୧୫ଦିନ ସମୟ ଦେଇଛନ୍ତି ।

ସ୍ଥାନୀୟ ପ୍ରତିନିଧିମାନେ କ’ଣ ପାଇଁ ମନ୍ଦିର ଭଙ୍ଗା ଯାଉଛି ସେ ନେଇ ସେମାନେ ହୃଦୟଙ୍ଗମ କରିବାପରେ ପୁନର୍ବାର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଉଛନ୍ତି ଜିଲ୍ଲାପାଳ । ଏପଟେ ମନ୍ଦିର ଟ୍ରଷ୍ଟର ସଭାପତି ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ମନ୍ଦିରକୁ ସୁରକ୍ଷାଦେବା ପାଇଁ । ଜିଲ୍ଲାପାଳଙ୍କ ସାମୂହିକ ଉଚ୍ଛେଦକାର୍ଯ୍ୟ ବନ୍ଦ ପ୍ରତିଶୃତିକୁ ନେଇ ସନ୍ତୋଷ ଥିବା କହିଛନ୍ତି । ଅଧ୍ୟାତ୍ମିକ ପରିବେଶକୁ ନଷ୍ଟ କରିବାକୁ ଦେବେ ନାହିଁ ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *