କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ନଗଦ ୪୨ ଲକ୍ଷ ଟଙ୍କା ଜବତ

ବାରିପଦା: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କୁବେର ସନ୍ତୋଷଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ । ଦୁଇଦିନ ଧରି ୧୧ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସ ରେଡ୍ । ସନ୍ତୋଷଙ୍କ ବାଲେଶ୍ୱରସ୍ଥିତ ଘରୁ ମିଳିଥିଲା ନଗଦ ୪୨ ଲକ୍ଷ ଟଙ୍କା । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷ ଦାସଙ୍କୁ ଜେରା କରିଥିଲା ଭିଜିଲାନ୍ସ । ଏହାସହ ପୋଲିସରେ ରେଡ଼ ସମୟରେ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ଥିବା ନେଇ କାଗଜ ପତ୍ର ଜବତ ହୋଇଛି  । ସେହିପରି  ସାଙ୍ଗକୁ ପ୍ଳଟ, ଜମି, ଫିକ୍ସଡ ଡିପୋଜିଟର ପତ୍ତା ପାଇଛି ଭିଜିଲାନ୍ସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *