ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉଦ୍ୟମ କର : ଉପରାଷ୍ଟ୍ରପତି

 -ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
 -ସମାବର୍ତ୍ତନ ଉତ୍ସବରେ ୫୦୦ ନୁହେଁ, ୨୦୦ ଜଣଙ୍କୁ ମିଳିଲା ଅନୁମତି
ଭୁବନେଶ୍ୱର : ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ‘ଦୀକ୍ଷାନ୍ତ ଭବନ’ରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଉପରାଷ୍ଟ୍ରପତିି ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ।
ଉପରାଷ୍ଟ୍ରପତି ତାଙ୍କ ଅଭିଭାଷ ଓଡ଼ିଆରେ ପ୍ରଦାନ କରି କହିଥିଲେ ଯେ, ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଶିକ୍ଷା ହିଁ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଂଗଠିତ କରିଥାଏ । ଚାକିରି ପଛରେ ନ ଗୋଡାଇ ନିଯୁକ୍ତିଦାତା ହେବାକୁ ଚେଷ୍ଟା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏପରିକି ଦୀକ୍ଷାନ୍ତ ଭାଷଣ ସମୟରେ ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିଥିଲେ ଉପରାଷ୍ଟ୍ରପତି । ସେ କହିଥିଲେ, ପୂର୍ବ ଏସୀୟ ଦେଶ ସହ ନୌବାଣିଜ୍ୟ ଥିଲା ମହାନ ପରମ୍ପରା । କଳିଙ୍ଗ ଯୁଦ୍ଧ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲା । ସେହିପରି ପୂର୍ବ ଏସୀୟ ଦେଶ ସହ ନୌବାଣିଜ୍ୟ ଥିଲା ମହାନ ପରମ୍ପରା ବୋଲି ସେ କହିଛନ୍ତି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ ପାଇଁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଏହାସହ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ୪୧ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି ।

ଏହି ସମାବର୍ତ୍ତନ ଉତ୍ସବରେ କୋଭିଡ୍ ନିୟମାବଳୀ କଡାକଡି ପାଳନ କରାଯାଇଛି । କରୋନା କଟକଣାକୁ ଦେଖି ପ୍ରଥମେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ମାତ୍ର ଏହାକୁ ବଦଳାଇ ୨୦୦ ଲୋକଙ୍କ ମଧ୍ୟରେ ସୀମିତ ରଖାଯାଇଥିଲା । ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ବି ସାମିଲ ହୋଇପାରିନଥିଲେ । କେବଳ ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ, ଏକାଡେମିକ କାଉନସିଲ ଓ ସିନେଟ୍ ସଦସ୍ୟ ହିଁ ଯୋଗଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *