Vedanta gets listed on The Dow Jones Sustainability™ World Index

ଦି ଡାଓ ଜୋନ୍‌ସ ସଷ୍ଟେନେବିଲିଟି ୱାର୍ଲଡ୍‌ ଇଣ୍ଡେକ୍ସରେ ବେଦାନ୍ତ ତାଲିକାଭୁକ୍ତ

ଭୁବନେଶ୍ୱର: ବିଶ୍ୱର ସବୁଠ ବିଶ୍ୱାସନୀୟ ପରିବେଶ, ସାମାଜିକ ଏବଂ ଗଭର୍ଣ୍ଣାସ୍ (ଇଏସ୍‌ଜି) ସୂଚକାଙ୍କ ଦି ଡାଓ ଜୋନ୍ସ ସଷ୍ଟେନେବିଲିଟି ୱାର୍ଲଡ୍ ଇଣ୍ଡେକ୍ସରେ ବେଦାନ୍ତ ତାଲିକାଭୁକ୍ତ ହୋଇଛି । ଏହି ସୂଚକାଙ୍କରେ ୩୩୨ ବିଶ୍ୱସ୍ତରୀୟ କଂପାନି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଥିବା ୬ଟି ଭାରତୀୟ କଂପାନି ମଧ୍ୟରୁ ବେଦାନ୍ତ ହେଉଛି ଅନ୍ୟତମ । ଚଳିତ ବର୍ଷ ଏକମାତ୍ର
ଭାରତୀୟ କଂପାନି ଭାବେ ବେଦାନ୍ତ ଏହି ସୂଚୀରେ ଯୋଡ଼ିହୋଇଛି । ତାଲିକାରେ ଆଙ୍ଗଲୋ ଆମେରିକାନ ପିଏଲ୍‌ସି ଓ ଟେକ୍ ରିସୋର୍ସେସ୍‌ ଲିମିଟେଡ୍ ଭଳି ସଂସ୍ଥା ସହ ବେଦାନ୍ତର ନାମ ରହିଛି । ୧୧୧ କଂପାନିଙ୍କୁ ନେଇ ପ୍ରସ୍ତୁତ ଦି ଡାଓ ଜୋନ୍ସ ସଷ୍ଟେନେବିଲିଟି ଏମର୍ଜିଂ ମାର୍କେଟ୍‌ସ ଇଣ୍ଡେକ୍ସରେ ମଧ୍ୟ ବେଦାନ୍ତ ତାଲିକାଭୁକ୍ତ ହୋଇଛି । ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସ୍‌ମେଂଟ୍‌ ୨୦୨୨ ଯାହା ପୂର୍ବରୁ ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ- ଡିଜେଏସ୍‌ଆଇ ଭାବେ ପରିଚିତ ଥିଲା ସେଥିରେ ଥିବା ବିଶ୍ୱସ୍ତରର ୨୧୬ କଂପାନି ମଧ୍ୟରେ ବେଦାନ୍ତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏସିଆ ପ୍ରଶାନ୍ତମହାସାଗରୀୟ ଅଂଚଳର ଧାତବ ଓ ଖଣି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତବର୍ଷ ତୁଳନାରେ ବେଦାନ୍ତର ସଷ୍ଟେନେବିଲିଟି ସ୍କୋରରେ ୧୪
ପଏଂଟ୍ ଉନ୍ନତି ହେବାରୁ ଏହା ୧୦ଟି ର‌୍ୟାଙ୍କ ଉପରକୁ ଉଠିଛି । ଏହି ସଫଳତା ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ଅଣ କାର୍ଯ୍ୟନିର୍ବାହୀ
ନିର୍ଦେଶକ ମିସ୍ ପ୍ରିୟା ଅଗ୍ରୱାଲ୍ ହେବାର କହିଛନ୍ତି ଯେ, “ଦି ଡାଓ ଜୋନ୍‌ସ ସଷ୍ଟେନେବିଲିଟି ୱାର୍ଲଡ ଇଣ୍ଡେକ୍ସ ଏବଂ ଦି ଡାଓ ଜୋନ୍‌ସ
ସଷ୍ଟେନେବିଲିଟି ଏମର୍ଜିଂ ମାର୍କେଟସ୍ ଇଣ୍ଡେକ୍ସରେ ସାମିଲ ହେବା ବେଦାନ୍ତ ପାଇଁ ଗର୍ବର ବିଷୟ । ଏକ ନିରନ୍ତର ଭବିଷ୍ୟତ ଗଠନ ଦିଗରେ ଆମ ପ୍ରତିବଦ୍ଧତାର ପ୍ରମାଣ ହେଉଛି ବିଶ୍ୱ ସ୍ତରୀୟ ସୂଚୀରେ ଆମେ ସାମିଲ ହେବା ଏବଂ ଆମ ର‌୍ୟାଙ୍କିଙ୍ଗରେ ହୋଇଥିବା ଉନ୍ନତି । ଡିକାର୍ବନାଇଜେସନ,ୱାଟର ପଜିଟିଭ, କର୍ମ କ୍ଷେତ୍ରରେ ସୁରକ୍ଷା, ଗୋଷ୍ଠୀ କଲ୍ୟାଣ ଏବଂ ଶ୍ରମ ଶକ୍ତିରେ ବିବିଧତା ଉପରେ ଗୁରୁତ୍ୱାରୋପ କରି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଇଏସ୍‌ଜିରେ ଶିଳ୍ପର ଅଗ୍ରଣୀ ଭାବେ ଉଭା ହେବାର ଆମରୂପାନ୍ତରୀତ ଯାତ୍ରାରେ ଆମେ ଆଗକୁ ବଢ଼ୁଛୁ ।’’ ବେଦାନ୍ତର ସଷ୍ଟେନେବିଲିଟି ସ୍କୋର ବର୍ଷ ଭିତରେ ୬୨ରୁ ବୃଦ୍ଧି ପାଇ ୭୬ ହୋଇଛି ଏବଂ ପରିବେଶ, ସାମାଜିକ ଏବଂ ଗଭର୍ଣ୍ଣାସ ଭଳି ତିନି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ପରିବେଶରେ ସ୍କୋର ୧୫ ପାହାଚ ଉପରକୁ ଉଠି ୮୩ ହୋଇଥିବା ବେଳେ ସାମାଜିକ ସ୍କୋର ଗତବର୍ଷ ତୁଳନାରେ ୧୮ ପାହାଚ ଉନ୍ନତି ହୋଇ ୭୪ ଏବଂ ଗଭର୍ଣ୍ଣାସ ସ୍କୋର ଗତବର୍ଷ ତୁଳନାରେ ୧୧ ପାହାଚ ଉନ୍ନତି ସହ ୭୨ ହୋଇଛି । ଦି ଡାଓ ଜୋନ୍‌ଓ ସଷ୍ଟେନେବିଲିଟି ଇଣ୍ଡେକ୍ସକୁ ନିରନ୍ତରତାର ସବୁଠୁ ଗୁରୁ୍‌ତ୍ୱପୂର୍ଣ୍ଣ ମାନଦଣ୍ଡ ଭାବେ ବିଚାର କରାଯାଉଛି ଏବଂ ଏଥିରେ ୬୧ ପ୍ରକାର ଶିଳ୍ପ କ୍ଷେତ୍ରର ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକୁ ସାମିଲ ରାଯାଇଛି । ଇଏସ୍‌ଜି ରେଟିଂରେ ଦୁଇ ଦଶନ୍ଧୀରୁ ଅଧିକ ଅଭିଜ୍ଞତା ସହ ଏହି ଇଣ୍ଡେକ୍ସ ହେଉଛି ସବୁଠୁ ପୁରୁଣା, ବିଶ୍ୱାସନୀୟ ଏବଂ ରେଫର କରାଯାଉଥିବା ରେଟିଂ । ଏହି ଇଣ୍ଡେକ୍ସ ପକ୍ଷରୁ ୨୧୬ ବିଶ୍ୱସ୍ତରୀୟ ଧାତବ ଓ ଖଣି କଂପାନିକୁ ୧୨୦ରୁ ଅଧିକ ମାନଦଣ୍ଡ ଆଧାରରେ ଅନୁଶୀଳନ କରାଯାଇଛି

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

One thought on “Vedanta gets listed on The Dow Jones Sustainability™ World Index

Leave a Reply

Your email address will not be published. Required fields are marked *