Vedanta Aluminium Unveils ‘Accelerating to Net Zero’, its Sustainable Development Report for FY2022

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨ ପାଇଁ ସ୍ଥାୟୀ ବିକାଶ ରିପୋର୍ଟରେ ନେଟ ଜିରୋକୁ ତ୍ୱରାନ୍ୱିତ କରିବାକୁ ଘୋଷଣା

ମଧ୍ୟ ରାଷ୍ଟ୍ରୀୟ ଉର୍ଜା ସଂରକ୍ଷଣ ଦିବସରେ ଜଳବାୟୁ ସମ୍ବନ୍ଧିତ ଆର୍ଥିକ ଡିସକ୍ଲୋଜର ପାଇଁ ଟାସ୍କଫୋର୍ସ ଜଳବାୟୁ ପରିବର୍ତନ ଉପରେ ମେଡେନ ରିପୋର୍ଟ ଆରମ୍ଭ କରିଛି ।

ନୂଆଦିଲ୍ଲୀ,୧୪ ଡିସେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ନିର୍ମାତା ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଆର୍ଥିକ ବର୍ଷ ୨୦୨୨ ପାଇଁ ଏହାର ସ୍ଥାୟୀ ବିକାଶ ରିପୋର୍ଟକୁ ଉନ୍ମୋଚିତ କରିଛି । ଅର୍ଥନୈତକି କାର୍ଯ୍ୟଦକ୍ଷତା, ଯୋଗାଣ ଶୃଙ୍ଖଳା ପରିଚାଳନା, ଜଳବାୟୁ ପରିବର୍ତନ ଓ ଶକ୍ତିପରିଚାଳନା, ବାୟୁ ଗୁଣବତା ଓ ନିର୍ଗମନ ନିୟନ୍ତ୍ରଣ, ଜଳ ପରିଚାଳନା ଜୈବ ବିବିଧତା ପରିଚାଳନା, ନିରାପତା, ସ୍ୱାସ୍ଥ୍ୟ ଓ କଲ୍ୟାଣ ଇତ୍ୟାଦି ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି ।  ଜଳବାୟୁ ପରିବର୍ତନ ଉପରେ ବେଦାନ୍ତ ଆଲୁମିନିୟମ ଏହାର ପ୍ରଥମ ରିପୋର୍ଟ ମଧ୍ୟ ଆରମ୍ଭ କରିଛି, ଯାହାର ନାମ ରୋଡ ଟୁ ନେଟ ଜିରୋ କାର୍ବନ, ଯାହା
ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ପ୍ରକାଶନ କିମ୍ବା ଟିସିଡୀ ଫ୍ରେମୱର୍କ ଢାଂଚା ପାଇଁ ଟାସ୍କଫୋର୍ସ ସହ ସଂଯୁକ୍ତ । ରିପର୍ଟେ ମାଧ୍ୟମରେ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ କଂପାନି ଏହାର ହୀତାଧିକାରୀମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସୁଯୋଗ, ଜଳବାୟୁ ପରିଚାଳନା ରଣ ନୀତି, ପ୍ରତିବଦ୍ଧତା ଓ କାର୍ଯ୍ୟଦଦକ୍ଷତା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି । କଂପାନିର ୱେବସାଇଟ  ରେ ଏହା ଉପଲବ୍ଧ ହୋଇ ପାରିବ । ଏହି ରିପୋର୍ଟର ଶୁଭାରମ୍ଭ କରି ଶ୍ରୀ ରାହୁଲ ଶର୍ମା, ସିଇଓ- ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ- ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ ରିପୋର୍ଟ ଓ ଟିସିଏଫଡି ରିପୋର୍ଟ ଉନ୍ମୋଚନ କରି ଆମେ ଆନନ୍ଦିତ । ଏକ ନେଟ ଜିରୋ ଜଳବାୟୁ ସ୍ଥିର ଆଲୁମିନିୟମ ବ୍ୟବସାୟ ପାଇଁ ଆମର ସଂକଳ୍ପ । ଆମେ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ ଯାହା ପରିବେଶ ପରିବର୍ତନ ଉପରେ ନିର୍ଭରଶୀଳ । ତେଣୁ ଅକ୍ଷୟ ଶକ୍ତି ବ୍ୟବହାର, ଅଙ୍ଗାରକାମ୍ଳ ହ୍ରାସ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ଧ୍ୟାନ ଦେଇ ଆମେ ୨୦୩୦ ଓ ୨୦୫୦ ସୁଦ୍ଧା ମାଇଲ ଖୁଂଟ ସ୍ଥାପନ କରିବାକୁ ଆଶାୟୀ ।
ଚଙ୍କଭକ୍ଷସମ (ଉ୪)

ବେଦାନ୍ତ ଆଲୁମିନିୟମର ଏସଡି ଓ ଟିସିଏଫଡି ରିପୋର୍ଟର ପ୍ରମୁଖ
ବୈଶିଷ୍ଟ୍ୟ:
 ୨.୨୭ ମିଲିୟନ ଟନ ଆଲୁମିନିୟମର ଐତିହାସିକ ଉତ୍ପାଦନ ଯାହା ପୂର୍ବ
ବର୍ଷ ତୁଳନାରେ ୧୫% ବୃଦ୍ଧି ।
 ଏସଏଚଜି ନିର୍ଗମନ ତୀବ୍ରତା ହ୍ରାସ ଯାହା ଭାରତରେ ଉତ୍ପାଦିତ
ଆଲୁମିନିୟମ ତୁଳନାରେ ବହୁତ କମ ଅଟେ ।
 ବ୍ରାଣ୍ଡେଡ ରୋସ୍ତୋରା, ଭାରତରୁ ପ୍ରଥମ ସବୁଜ ଆଲୁମିନିୟମ ସୃଷ୍ଟି

 ୩ ବିଲିୟନ ୟୁନିଟର ଅକ୍ଷୟଶକ୍ତି କ୍ରୟ କରିବାରେ ବୃହତ ଶିଳ୍ପ ଉପଭୋକ୍ତା

 ଆମ ଆଲୁମିନିୟମ ସ୍ମେଲଟରକୁ ୩୮୦ ମେଗାୱାଟ ଅକ୍ଷୟ ବିଦ୍ୟୁତ
ଯୋଗାଣ ପାଇଁ ଚୁକ୍ତି ।
 ୨୦୧ ବେସଲାଇନରୁ ୨୦୨୨ରେ ଏସଏଚଜି ନିର୍ଗମନ ତୀବ୍ରତା ୨୪% ହ୍ରାସ

 ଲିଥିୟମ୍‌-ଆୟନ ବ୍ୟାଟେରୀ ଚାଳିତ ଭାରତର ସର୍ବ ବୃହତ ଇଭି
ଫର୍କଲିଫ୍ଟର ।
 ଆଲୁମିନିୟମ୍ ଅପରେସନ୍ ପାଇଁ ଜଳକୁ ପଜିଟିଭ୍ କରିବା ପାଇଁ
ଟିୟୂଭି-ଏସୟୁଡି ସହିତ ସହଭାଗୀତା ।
 ଆଲୁମିନିୟମ ଉଦ୍ୟୋଗ ପାଇଁ ଡାଓ ଜୋନଓ ସସଟାନବିଲିଟି ଇଣ୍ଡେକ୍ସ
ବିଶ୍ୱ ର‌୍ୟାଙ୍କିଂରେ ୪ର୍ଥ ସ୍ଥାନ ।
 ବର୍ଷରେ ୮୨୭ ନିୟୁତ ଲିଟରରୁ ଅଧିକ ଜଳ ସଂରକ୍ଷଣ ସ୍ଥିରତା ଉପରେ
ପଦକ୍ଷେପ ଗ୍ରହଣ ।
 ପ୍ରଭାବଶାଳୀ ସମାଜିକ ହସ୍ତକ୍ଷେପ ମାଧ୍ରମରେ ୦.୩୮ ନିୟୁତ ମହିଳା ଓ ଶିଶୁଙ୍କ ଜୀବରେ ସକାରାତ୍ମ ପରିବର୍ତନ ସୃଷ୍ଟି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ  ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ
ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

3 thoughts on “Vedanta Aluminium Unveils ‘Accelerating to Net Zero’, its Sustainable Development Report for FY2022

Leave a Reply

Your email address will not be published. Required fields are marked *