Vedanta Aluminium felicitates HSC exam toppers from Jharsuguda on Children’s Day

ବେଦାନ୍ତ ଆଲୁମିନିୟମ ଶିଶୁ ଦିବସ ଅବସରରେ ଝାରସୁଗୁଡ଼ାର ଏଚଏସସି ପରୀକ୍ଷାର ଟପର ମାନଙ୍କୁ ସମ୍ବର୍ଦ୍ଧିତ କରିଛି

ଝାରସୁଗୁଡ଼ା, ଓଡ଼ିଶା, ୧୭ ନଭେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶିଶୁ ଦିବସ ଅବସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ୨୦୨୨ର ବାର୍ଷିକ ହାଇ ସ୍କୁଲ ପରୀକ୍ଷାରେ ଏ-୧ ସ୍ଥାନରେ
ଥିବା ଝାରସୁଗୁଡ଼ାର ୨୧ଟି ସରକାରୀ ବିଦ୍ୟାଳୟରୁ ୭୯ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଛି । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ାର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମିସ ପୁଷ୍ପା ମିଞ୍ଜ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସା ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ-ଆମର ଗୋଷ୍ଠୀ ଶିକ୍ଷା ସଚେତନତା ପଦକ୍ଷେପ ଦ୍ୱାରା ଗ୍ରାମାଂଚଳର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଅର୍ଜନର ସୁବିଧା ପାଇବେ । ଗତ କିଛି ବର୍ଷ ମଧ୍ୟରେ ଝାରସୁଗୁଡ଼ାରେ ସାକ୍ଷରତା ହାର ବୃଦ୍ଧି ପାଇଛି । ମାଟ୍ରିକ/ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତୀର୍ଣ୍ଣ ହାର ବଢିବା ସହ
ଏଚଏସସି ପରୀକ୍ଷାରେ ଏ-୧ ସ୍ଥାନ ବଢିଛି । ଆମ ଗୋଷ୍ଠୀ ମଧ୍ୟରେ ରହିଥିବା ଶିକ୍ଷା କ୍ଷେତ୍ରରେ ବ୍ୟବଧାନକୁ ଦୂର କରିବା ଲାଗି ବେଦାନ୍ତ ସର୍ବଦା ପ୍ରୟାସ କରି ଆସୁଛି । ଉଚ୍ଚଶିକ୍ଷା ପାଇଁ ଅଭିଳାଷୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ମିସ ପୁଷ୍ପା ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା କହିଛନ୍ତିଯେ- ଆମ ଗୋଷ୍ଠୀର ବିକାଶ ପାଇଁ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା । ଝାରସୁଗୁଡ଼ାରେ ଶିକ୍ଷା
କ୍ଷେତ୍ରରେ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଓ ଯୁବ ଓ ପ୍ରତିଭାଧାରୀ କୃତୀ ଶିକ୍ଷାର୍ଥିଙ୍କୁ ଉତ୍‌ସାହିତ କରୁଛି,  ଯେଉଁମାନେ ଭବିଷ୍ୟତ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ପାଇ ପାରୁଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷାର ପ୍ରସାର ଓ ବିକାଶ ପାଇଁ କଂପାନି ପକ୍ଷରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ଯଥା:

 ବିଦ୍ୟା ଗ୍ରହ, ଏକ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଯେଉଁଥିରେ ଝାରସୁଗୁଡ଼ାର ସରକାରୀ ସ୍କଉଲର ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ୟାରିୟର ପରାମର୍ଶ ପାଇଁ ଅତିରିକ୍ତ ଶ୍ରେଣୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ।

 ଆର୍ଟିଫିସିଆଲ ଇଂଟେଲୀଜେନସ (ଏଆଇ) ଶିକ୍ଷା ପ୍ରକଳ୍ପ ଜରୀଆରେ ରିୟଲ ୱାର୍ଲଡ ସମସ୍ୟାର ଏଆଇ ସମାଧାନ ଭିତିକ କାର୍ଯ୍ୟକ୍ରମ ପ୍ରଦାନ କରାଯାଉଛି ।
 ବେଦାନ୍ତ ନନ୍ଦଘର ପ୍ରକଳ୍ପ ଅଧିନରେ ଉନ୍ନୀତ ଅଙ୍ଗନବାଡ଼ି ଜରିଆରେ ୬୫୦୦ ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାଦାନ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।
 ଓଡ଼ିଶା ସରକାରଙ୍କ ପଦକ୍ଷେପ ମୋ ସ୍କୁଲ ଅଭିଯାନ ଅଧିନରେ ଝାରସୁଗୁଡ଼ାରେ ସରକାରୀ ସ୍କୁଲ ଗୁଡ଼ିକର ଭିତିଭୂମିର ଉନ୍ନତିକରଣ ।
 ବେଦାନ୍ତର ମିନି ସାଇନସ ସେଂଟର ଜରିଆରେ ଅଭିନବ ବିଜ୍ଞାନ ଓ ଜ୍ଞାନ କୌଶଳ ସହ ଗଣିତ ଓ ବିଜ୍ଞାନ ଉପରେ ପିଲାମାନଙ୍କ ଜ୍ଞାନ ବୃଦ୍ଧି ପଦକ୍ଷେପ ।
 ବେଦାନ୍ତର କଂପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ କଂପ୍ୟୁଟର ଉପରେ ଜ୍ଞାନ ପ୍ରଦାନ କରାଯାଉଛି ।
ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପ ଅଧିନରେ ଗୁଣମାମନର ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଦକ୍ଷତା ବିକାଶ , ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ଝାରସୁଗୁଡ଼ାର ୭୯ ଟି ଗ୍ରାମରେ ପ୍ରସାରିତ ଓ ପ୍ରାୟ
୧.୭ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଏହା ୩୩୮ ଅଧିକ ଏସଏଚଜିର ୪୦୦୦ ମହିଳାଙ୍କୁ ସଶକ୍ତ କରାଇ ପାରିଛି ଓ ସ୍ୱାସ୍ଥ୍ୟ ପଦକ୍ଷେପ ଜରୀଆରେ ବର୍ଷକୁ ୩୨୦୦୦ ଲୋକ ଉପକୃତ ହେଉଛନ୍ତି । ସେହିପରି ୬୪୦୦ ଛାତ୍ର ଛାତ୍ରୀ ଶିକ୍ଷା କ୍ଷେତ୍ରରେ ସହାୟତା  ପାଉଛନ୍ତି ଓ ଗୋଷ୍ଠୀ ସହାୟତାରେ ବର୍ଷକୁ ପ୍ରାୟ ୧.୪୮ ଲକ୍ଷ ବୃକ୍ଷ ରୋପଣ କରାଯାଇଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର
ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ
ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *