Vedanta Aluminium deploys IoT technology for water conservation at its power plants

ବେଦାନ୍ତ ଆଲମୁିନିୟମ ଏହାର ପାୱାର ପ୍ଲାଂଟରେ ଜଳ ସଂରକ୍ଷଣ ପାଇଁ ଆଇଓଟି ପ୍ରଯୁକ୍ତିକୁ ନିୟୋଜିତ କରିଛି

ନୂଆଦିଲ୍ଲୀ, ୧୫ ନଭେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ କୁଲିଂ ୱାଟର ଆନାଲିସିସ ଓ ଏହାର ଝାରସୁଗୁଡ଼ା ପ୍ଲାଂଟରେ ଜଳ ଖର୍ଚ୍ଚକୁ କମ କରିବା ପାଇଁ ଇଂଟରନେଟ ଅଫ ଥିଙ୍ଗସ (ଆଇଓଟି) ପ୍ରଯୁକ୍ତିକୁ ନିୟୋଜିତ କରିଛି, ଯେହେତୁ ପାୱାର ପ୍ଲାଂଟ ପାଇଁ କୁଲିଂ ୱାଟରର ଆବଶ୍ୟକତା ରହୁଛି ତେଣୁ ଏହି ପ୍ରଯୁକ୍ତି ଦ୍ୱାରା ରିୟଲ ଟାଇମ ଅପରେସନାଲ ଡାଟା ରହି ପାରିବ ଓ ଉପଯୁକ୍ତ ଜଳ ସଂରକ୍ଷଣ ହୋଇ ପାରିବ । ବେଦାନ୍ତ ଆଲୁମିନିୟମରେ ଏହି ବ୍ୟବସ୍ଥା ପ୍ରଯୁକ୍ତି ଦ୍ୱାରା ଉନ୍ନତ ଜଳ ଗୁଣବତା, ମାପିବା ଓ କ୍ଷୟ ହ୍ରାସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ଷମ ମାପଦଣ୍ଡ ଗୁଡ଼ିକ ପୂରଣ ହୋଇ ପାରିବ ।
ଏହି ପ୍ରଯୁକ୍ତି ଦ୍ୱାରା ଅଗ୍ରଣୀ ଟେକେନୋଲୋଜିର କଷ୍ଟମାଇଜଡ ପ୍ରୟୋଗ ଗୁଡ଼ିକ ବେଦାନ୍ତ ପାଇଁ ପ୍ରକିୟାକୁ ତ୍ୱରାନ୍ୱିତ କରିବ ଓ ବ୍ୟବସାୟ ମଡେଲ ବିତରଣ କରିପାରିବ । ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ନୂତନ ମୂଲ୍ୟ ସୃଷ୍ଟି କରିବା ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଅଧିକ ସକ୍ରିୟ କରିବ । ଏହି ଡିଜିଟାଲ ଟ୍ରାନସଫର୍ମେଶନ ବିଷୟରେ ଶ୍ରୀ ରାହୁଲ ଶର୍ମା, ସିଇଓ- ଆଲୁମିନିୟମ ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ-ଆଲୁମିନିୟମ କ୍ଷେତ୍ରରେ ବୃହତ ନିର୍ମାତା ହୋଇଥିବାରୁ ଆମେ ଭବିଷ୍ୟତକୁ ଆଖିଆଗରେ ରଖି ଉତ୍ପାଦନ କରୁଛୁ । ଆମର କାର୍ଯ୍ୟକୁ ଅଧିକ ବିକାଶଶୀଳ, ନିର୍ଭରଯୋଗ୍ୟ କରିବା ଲାଗି ଆମକୁ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି । ଆମର ଡିଜିଟାଲାଇଜେସନ ପ୍ରୋଗ୍ରାମକୁ ତ୍ୱରାନ୍ୱିତ କରିବା ଲାଗି ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିବାକୁ ହେବ ।
କମ୍ପାନୀ କିପରି ଡିଜିଟାଲ୍ ସମାଧାନଗୁଡିକ ବ୍ୟବହାର କରୁଛି ତାହାର କିଛି ଉଦାହରଣ:
 ବେଦାନ୍ତ ଆଲୁମିନିୟମ ଗଭୀର ଶିକ୍ଷଣ ଆଲଗୋରିଦମ ଓ ଅତ୍ୟାଧୁନିକ ମଡେଲିଂ କୌଶଳକୁ ସ୍ମେଲଟର ଓ ପାୱାର ପ୍ଲାଂଟରେ ନିୟୋଜିତ କରିଛି ।
 ଭବିଷ୍ୟତକୁ ଦୃଷ୍ଟି ଦେଇ ରକ୍ଷଣାବେକ୍ଷଣ ଲାଗି ଡିଜିଟାଲ ଦ୍ୱେତ ବୈଷୟିକୀ ଦ୍ୱାରା ଅଧିକ ଦକ୍ଷତା ବୃଦ୍ଧି ନିଶ୍ଚିତ କରିବା ଆବଶ୍ୟକ

କରେ ଏବଂ ସର୍ବନିମ୍ନ କିମ୍ବା ଶୂନ୍ୟ ମାନବ ସ୍ପର୍ଶ ସହିତ ସୁରକ୍ଷା ପ୍ରତି ଦୃଷ୍ଟି ଦିଏ ।
 ମେସିନ ଲର୍ଣ୍ଣିଂ ଆଧାରିତ ସିଷ୍ଟମଗୁଡ଼ିକ ଦୁର୍ଘଟଣାକୁ ରୋକିବା ଲାଗି ରିୟଲ ଟାଇମ ହସ୍ତକ୍ଷେପ ପାଇଁ ସିସିଟିଭି କ୍ୟାମେରା ମାଧ୍ୟମରେ କାର୍ଯ୍ୟ କରିଥାଏ ।

 ପ୍ଲାଂଟରେ କଂଚାମାଲ ପରିବହନ କରୁଥିବା ଇନବାଉଣ୍ଡ ଟ୍ରକଗୁଡିକର ଟର୍ଣ୍ଣାରାଉଣ୍ଡ ସମୟ ହ୍ରାସ ପାଇଁ ଭିଡିଓ ଆନାଲିଟିକ୍ସ ।
 ବେଦାନ୍ତ ଆଲୁମିନିୟମ ବର୍ତମାନ ଏକ ଅଭିବୃଦ୍ଧି ପର୍ଯ୍ୟାୟରେ ଅଛି । ସଂପତିଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ କାର୍ଯ୍ୟରେ ଭୁଲମ୍ବ ଏକୀକରଣ ପର୍ଯ୍ୟନ୍ତ କଂପାନି ଏକ ପରିବର୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛି । ବେଦାନ୍ତ ଷ୍ଟାର୍ଟ ଅପ ଇନକ୍ୟୁବେଟର ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ନୂଆଯୁଗର ଷ୍ଟାର୍ଟଅପ ସହିତ ଉତ୍ପାଦନରେ ନୂତନତା ଓ ଡିଜିଟାଇଜେସନ ଶକ୍ତି ବ୍ୟବହାର କରୁଛି । ବ୍ୟବସାୟିକ ବିଷୟରେ ଯେଉଁଠାରେ ଷ୍ଟାର୍ଟଅପ ଗୁଡ଼ିକ ଦକ୍ଷତାଠାରୁ ଆରମ୍ଭ କରି ଶକ୍ତି ସଂରକ୍ଷଣ ସମାଧାନ, ଜଳ, ବର୍ଜ୍ୟବସ୍ତୁ ପରିଚାଳନା ପ୍ରଭୃତି କାର୍ଯ୍ୟ ସହ ଜଡ଼ିତ । ଏହା ଭାରତର ଉତ୍ପାଦନ ଦୃଶ୍ୟପଟରେ ଏକ ମୌଳିକ ପରିବର୍ତନ ଆଣିବା ସହ ବିକଶିତ ଦେଶମାନଙ୍କୁ ପ୍ରେରଣା ଯୋଗାଇବ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ
ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ
ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *