Vedanta Aluminium conducts week-long HIV/AIDS awareness initiative in Jharsuguda

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସପ୍ତାହବ୍ୟାପୀ ଏଚଆଇଭି/ଏଡସ ସଚେତନତା କାର୍ଯ୍ୟକ୍ରମ ପରିଚାଳନା
ଝାରସୁଗୁଡ଼ା, ୧୨ଡିସେମ୍ବର, ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବିଶ୍ୱ ଏଡସ ଦିବସ ଅବସରରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଝାରସୁଗୁଡ଼ା ଓ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ସହିତ ମିଳିତ ଭାବରେ ଗୋଷ୍ଠୀ, କର୍ମ ରୀ ଓ ବ୍ୟବସାୟୀ ଭାଗିଦାରୀଙ୍କ ମଧ୍ୟରେ ଏଡସର ପ୍ରତିକାର ଓ ପରିଚାଳନା ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । ସଚେତନତା ଅଭିଯାନର ଅଂଶ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ପଦଯାତ୍ରା, ସୂଚନା ଅଧିବେଶନ ଓ ପ୍ରଚାରପତ୍ର ମାଧ୍ୟମରେ ଏଚଆଇଭି/ଏଡସ
ରୋକିବା ଲାଗି ପ୍ରମୁଖ ସଚେତନ ସୃଷ୍ଟି କରାଯାଇଥିଲା । ଜିଲ୍ଲାର ପ୍ରମୁଖପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ମେଡିକାଲ କର୍ମଚାରୀଙ୍କ ସହ ପ୍ରବିର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡ଼ା, ଡ.ଦୋଳାମଣି ପଟେଲ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଝାରସୁଗୁଡ଼ା ,ବୁଲୁନାଥ ସାହୁ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଡ. ଏ.କେ ପଣ୍ଡିତ, ମେଡିକାଲ ଅଫିସର ସମନ୍ୱିତ ପରାମର୍ଶ ପ୍ରଦାନକରୀ ଚିକିତ୍ସା କେନ୍ଦ୍ର, ଜିଲ୍ଲା ଯୌନ ଓ ଆରଟିଆଇ କ୍ଲିନିକ ଓ ସ୍ୱେଛାସେବୀ ସଂସ୍ଥାର ସଦସ୍ୟମାନେ ବିଭିନ୍ନ ଅଂଚଳ ବୁଲି ଲେକମାନଙ୍କୁ ସଚେତନ   କରାଇଥିଲେ । ଏହି ଅଭିଯାନ ଜରିଆରେ କଂପାନି ସଂଖାଧିକ ସ୍କୁଲ ଓ କଲେଜର ଛାତ୍ର,
ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ଓ ଝାରସୁଗୁଡ଼ାର ଜେଲର ଅନ୍ତେବାସୀଙ୍କ ନିକଟରେ ପହଁଚିଥିଲା ଓ ଏଥିରେ ୨୯୦୦ ସଦସ୍ୟ ଉପକୃତ ହୋଇଥିଲେ । ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ- ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ସରକାରୀ ସଂସ୍ଥା ତଥା ସଂଗଠନ ସହିତ ସହଭାଗୀ ହୋଇ ଉନ୍ନତ ସ୍ୱାସ୍ଥ୍ୟ ଓ ସ୍ୱଛତା ଅଭ୍ୟାସ
ଉପରେ ଗୋଷ୍ଠୀ ସଚେତନତାକୁ ଆମେ ସର୍ବାଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛୁ । ବର୍ତମାନ ଏଚଆଇଭି/ଏଡସ ଆମ ପାଇଁ ଆହ୍ୱାନ ଓ ଏହା ବିଶ୍ୱ ସ୍ତରରେ ଏକ ଚିନ୍ତାଜନକ ବିଷୟ । ଆମକୁ ଏ ବିଷୟରେ ସଚେତନ ହେବାକୁ ପଡ଼ିବ । ଆମ ଗୋଷ୍ଠୀର ସାମଗ୍ରିକ ସୁସ୍ଥତା ପାଇଁ ଆମେ ପ୍ରତିବଦ୍ଧ ଅଟୁ । କଂପାନିର ଏହି ପ୍ରୟାସକୁ ପ୍ରଶଂସା କରି ଉର୍ମିଳା ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଓସାକ୍ସ କହିଥିଲେ ଯେ- ଏଚଆଇଭି ସଂପର୍କରେ ଜନ ସଚେତନତା ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଓଦ୍ଭଗ୍ଧରକ୍ସଦ୍ଭବକ୍ଷ (ଉ୩) ବୃଦ୍ଧି ପାଇଁ ସମାଜର ବିଭିନ୍ନ ମହଲରେ ବେଦାନ୍ତର ଏହି ଅଭିଯାନ ବାସ୍ତବିକ୍‌ ପ୍ରଶଂସନୀୟ । ସମାଜକୁ ଏଡସରୁ ମୁକ୍ତ କରିବା ଲାଗି ବେଦାନ୍ତର ଏହି ପଦକ୍ଷେପ ଦ୍ୱାରା ବହୁ ଲୋକ ଉପକୃତ ହୋଇ ପାରିବେ । ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପ ଅଧିନରେ ଗୁଣମାମନର ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଦକ୍ଷତା ବିକାଶ , ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ଝାରସୁଗୁଡ଼ାର ୭୯ ଟି ଗ୍ରାମରେ ପ୍ରସାରିତ ଓ ପ୍ରାୟ ୧.୭ ଲକ୍ଷ ଲୋକ ଏହା ଦ୍ୱାରା ଉକୃତ ହେଉଛନ୍ତି । ଏହା ୩୩୮
ଅଧିକ ଏସଏଚଜିର ୪୦୦୦ ମହିଳାଙ୍କୁ ସଶକ୍ତ କରାଇ ପାରିଛି ଓ ସ୍ୱାସ୍ଥ୍ୟ ପଦକ୍ଷେପ ଜରୀଆରେ ବର୍ଷକୁ ୩୨୦୦୦ ଲୋକ ଉପକୃତ ହେଉଛନ୍ତି । ସେହିପରି ୬୪୦୦ ଛାତ୍ର ଛାତ୍ରୀ ଶିକ୍ଷା କ୍ଷେତ୍ରରେ ସହାୟତା ପାଉଛନ୍ତି ଓ ଗୋଷ୍ଠୀ ସହାୟତାରେ
ସମାଜରେ ବର୍ଷକୁ ପ୍ରାୟ ୧.୪୮ ଲକ୍ଷ ବୃକ୍ଷ ରୋପଣ କରାଯାଇଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ
ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ
କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

5 thoughts on “Vedanta Aluminium conducts week-long HIV/AIDS awareness initiative in Jharsuguda

Leave a Reply

Your email address will not be published. Required fields are marked *