Vedanta Aluminium conducts avenue plantation drive in Jharsuguda, Odisha

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଝାରସଗୁଡ଼ା, ୧୪ ନଭେମ୍ବର, ୨୦୨୨: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ ବଡ଼ମାଳ-ପ୍ରଶନ୍ନପଡ଼ା-ପଂଚପଡ଼ା ଛକ ଠାରୁ ଆରମ୍ଭ ହୋଇଥିଲା । ଜାମୁ, ଅର୍ଜୁନ, ନିମ, ପେସ୍ତା ବାଦାମ ଓ ରାଧାଚୁଡ଼ା ପରି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା । ବେଦାନ୍ତ ଝାରସୁଗୁଡ଼ାର ପରିବେଶର ଉନ୍ନତି ପାଇଁ ବ୍ୟାପକ କାର୍ଯ୍ୟ କରୁଛି । କଂପାନୀ ପକ୍ଷରୁ ଗ୍ରୀନହାର୍ଟସ-ଏକ ବାର୍ଷିକ ଜୈବ ବିକାଶ ଅଭିଯାନ ପରିଚଳନା
କରାଯାଇଥାଏ ଯେଉଁଥିରେ କଂପାନିର ବ୍ୟବସାୟିକ ଗୋଷ୍ଠୀ ବର୍ଷା ଋତୁ ସମୟରେ ଗଣ ବୃକ୍ଷରୋପଣ କରିଥାନ୍ତି । ଏହା ଦ୍ୱାରା ଗତ ବର୍ଷ ସୁଦ୍ଧା ୩.୬ ଲକ୍ଷ ବୃକ୍ଷ ରୋପିତ ହୋଇଛି । ବିଭିନ୍ନ ପଦକ୍ଷେପ ଜରିଆରେ ୧.୪୮ ଲକ୍ଷ ଚାରା ରୋପଣ କରାଯାଇଛି ।
ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ ବେଦାନ୍ତ ଲିଃ, ଝାରସୁଗୁଡ଼ା କହିଛନ୍ତିଯେ- ଜୈବ ନିବେଶ ଆମର ସ୍ଥିରତା ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଆମେ ଜିଲ୍ଲା ପ୍ରଶାସନର ସହଭାଗୀତା ପାଇଥିବାରୁ ଗର୍ବିତ । ବେଦାନ୍ତ ଆଗାମୀ କାଲି ପାଇଁ ଏକ ସବୁଜ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସୀ । ଏହି ପଦକ୍ଷେପ ଜରୀଆରେ ଆମେ ଜଳର
ପୁନ଼ଃସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି କ୍ରୟ ଇତ୍ୟାଦି ସ୍ଥିରତା ମୂଳକ ପଦକ୍ଷେପମାନ ଗ୍ରହଣ କରୁଅଛୁ । ଏହି ପଦକ୍ଷେପକୁ ପ୍ରଶଂସା କରି ଝାରସୁଗୁଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ଶ୍ରୀ ସରୋଜ କୁମାର ସାମଲ, କହିଛନ୍ତିଯେ ଅମାର ରାଜଥକୁ ସୁନ୍ଦର କରିବା ଦ୍ୱାରା ଆମ ଅଂଚଳର ଶୋଭା ବୃଦ୍ଧି ହୋଇ ପାରିବ । ବୃକ୍ଷ ରୋପଣ ଅଭିଯାନ ସହିତ ଆସନ୍ତା ତିନିବର୍ଷ ପାଇର୍ ଏହାର ରକ୍ଷଣାବେକ୍ଷଣ ପାଇଁ ଆମେ କଂପାନିକୁ ଧନ୍ୟବାଦ ଜଣାଉଛୁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *