ବାପା ହେଲେ ବରୁଣ

ମୁମ୍ବାଇ: ବଲିଉଡର ମାୟାନଗରୀରେ ପ୍ରତ୍ୟକଦିନ ଅନେକ ଘଟଣା ଚର୍ଚ୍ଚା ପାଲଟେ  । ତାହା ଫିଲ୍ମକୁ ନେଇ ହେଉ କିମ୍ବା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ  । ବଲିଉଡ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ଖୁବ କମ ସମୟରେ ପ୍ରକାଶ କରିଥାନ୍ତି  । ହେଲେ ଏମିତି କିଛି ଖବର ଥାଏ ଯାହା ସେମାନଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଅନେଇ ରହିଥାନ୍ତି  । ଆଉ ସେହିଭଳି କିଛି ଖବର ଦେଇ ନିଜ ଫ୍ୟାନ୍ସଙ୍କୁ ଚକ୍କିତ କରାଇ ଦେଇଛନ୍ତି ବରୁଣ ଧଓ୍ବନ ।  ବରୁଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜ ପିତା ହେବାର ଖୁସି ପ୍ରକାଶ କରିଛନ୍ତି ।  ସେହି ଭିଡିଓରେ ସେ ନିଜ କୁକୁର ପପି ସହ ମସ୍ତି କରୁଥିବାର ନଜର ଆସୁଛନ୍ତି  । ଫାଦରହୁଡ, ଏପଯ୍ୟନ୍ତ ନିଜ ପୁଅ ପପିର ନାଁ କଣ ଦେବି ନିଣ୍ଣୟ ନେଇପାରୁ ନାହିଁ  । ଦୟାକରି ମୋତେ ସାହାଯ୍ୟ କରନ୍ତୁ  । ଅନେକ ସମୟରେ ବରୁଣଙ୍କର ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଯାଏ  । ତାଙ୍କ ଫ୍ୟାନ୍ସମାନେ ତାଙ୍କର ପୋଷ୍ଟକୁ ଖୁବ୍ ମାତ୍ରାରେ ଭଲପାଇବା ବି ଦିଅନ୍ତି  । ସେ ୨୪ ଜାନୁଆରୀ୨୦୨୧ରେ ଯେତେବେଳେ ନିଜ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କଲେ ସେତେବେଳେ ବି ଫ୍ୟାନ୍ସ ମାନେ ତାଙ୍କ ପୋଷ୍ଟକୁ ଢେରସାରା ଭଲପାଇବା ଦେଇଥିଲେ  । ବରୁଣ ଅଲିବାଗରେ ଥିବା ରିଜୋଟ୍ ଦ ମେନସନ ହାଉସରେ ବିବାହ କରିଥିଲେ  । ତା ପରଠୁ ସୋସିଆଲ ମିଡିଆରେ ବରୁଣ କିଛି ନା କିଛି ବ୍ୟକ୍ତିଗତ ଜୀବନର ମୂହୂତ୍ତକୁ ସେୟାର କରନ୍ତି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *