ଲଗାଣ ବର୍ଷା: କେଉଁଠି ଭୁଷୁଡ଼ିଲା କାନ୍ଥ, କେଉଁଠି ଉପୁଡିଲା ଗଛ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ। ପୁରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ଅଞ୍ଚଳରେ ରାସ୍ତାର ଦୁଇ ଫୁଟ ଉପରେ ପାଣି ଚାଲୁଛି। ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଅବସ୍ଥା ସଙ୍ଗିନ ହେବାର ଆଶଙ୍କା ରହିଛି। ମରୁଡ଼ି ଯୋଗୁଁ ଯେଉଁ ବିଲ ଶୁଖିଲା ପଡ଼ିଥିଲା, ବର୍ତ୍ତମାନ ସମସ୍ତ ଚାଷ ଜମି ବୁଡ଼ି ଯାଇଛି। ଖୋର୍ଦ୍ଧା ବ୍ଲକ ଉଇଲ କିଶନ ନଗର ପଞ୍ଚୟତର ଟାଙ୍ଗିଆ ପଡ଼ା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିଥିବା ଖବର ମିଳିଛି। ସହରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ପାଣି ଲହଡା ମାରୁଛି। ସେହିପରି ବର୍ଷା କାରଣରୁ କଟକର ଅନେକ ଅଞ୍ଚଳର ଦେଖିବାକୁ ମିଳିଛି କୁତ୍ରିମ ବନ୍ୟା ପରିସ୍ଥିତି। ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ଚାଲିଛି ପାଣି। ସେହିପରି ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିଛି। ବାଦାମବଡି, ମହାନଦୀ ବିହାର, ଚାଉଳିଆଗଞ୍ଜ, ନୂଆପଡ଼ା ସହ ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି। ଜଳ ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ଚାନ୍ଦବାଲି ମୁଖ୍ୟରାସ୍ତାର ପେଟ୍ରୋଲ ଟାଙ୍କି ଠାରୁ ବିକେ ଟକିଜ ସାଲେପୁର କୁଆପାଳ ରୋଡ ଛକରୁ ବୋଦାମୁଣ୍ଡେଇ ବଜାର ପଯ୍ୟନ୍ତ  ରାସ୍ତା ଉପରେ ଜମି ରହିଛି। ଫଳରେ ଯାତାୟତରେ ନାନା ସମସ୍ୟା ଦେଖା ଦେଇଛି। ସେପଟେ ଲୁଣାହାର ଚନ୍ଦ୍ରଦେଇପୁର ଗ୍ରାମରେ ଅନେକ ଘରେ ବର୍ଷା ଜଳ ପଶି ଯାଇଛି।ସେପଟେ ବର୍ଷାରେ ବେହାଲ ହୋଇଛି ବନ୍ଦର ନଗରୀ। ସବୁ ଓ୍ୱାର୍ଡରେ ଘରେ ପଶିଛି ବର୍ଷା ଜଳ। ମାଉସୀ ମାଆ ଛକରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି।  ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। ଫଳରେ କେତେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଉପୁଡି ପଡିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *