ପରିଚୟ ପତ୍ର ନଥିଲେ ବି ନେଇପାରିବେ ଟିକା

ଭୁବନେଶ୍ୱର: ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । କୋ-ୱିନ ପୋର୍ଟାଲରେ ହେବ ସ୍ୱତନ୍ତ୍ର ଅଧିବେଶନ ।

ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନଙ୍କୁ ଚିଠି ଲେଖିଛନ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ । ସୂଚନା ମୁତବକ ବର୍ତ୍ତମାନ ଟିକା ନେବା ପାଇଁ କୋ-ୱିନ ପୋର୍ଟାଲରେ ରେଜିଷ୍ଟର କରିବାକୁ ପଡୁଛି |

ଆଉ ଟିକାକରଣ ପାଇଁ ଯେ କୌଣସି ପ୍ରମାଣପତ୍ର ଦେଖାଇବାକୁ ପଡୁଛି | ତେବେ ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି |

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *