୯ରେ ଟିକା ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ୱର :  ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିଛନ୍ତି । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ଦିନ ଘୁଞ୍ଚାଇଛି ରାଜ୍ୟ ଔଷଧ ନିଗମ । ଆସନ୍ତା ୯ ତାରିଖ ଦିନ ସାଢେ ୧୧ଟାରେ ଖୋଲିବ ପ୍ରାଇସ୍ ବିଡ । ତେବେ ଆଜି ଟେଣ୍ଡର ପାଇଁ ୨ଟି ବିଡ ଆସିଥିବା ନେଇ ଉଲ୍ଲେଖ କରିଥିଲା ବିଭାଗ । ସୂଚନାଯୋଗ୍ୟ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *