ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ । ରାଜ୍ୟରେ ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆ ଯାଉଥିବା ବେଳେ କେନ୍ଦ୍ର ଆବଶ୍ୟକ ଷ୍ଟକ ପଠାଉ ନାହିଁ । ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ କୋଭିସିଲ୍ଡ ଟିକାର ୧୫ ଲକ୍ଷ ଡୋଜ୍ ପଠାଇବାକୁ ଅନୁରୋଧ କରିଥିଲେ । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଟିକା ନ ଆସେ ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଗତକାଲି ରାଜ୍ୟରେ ୨ ଲକ୍ଷ ୬୩ ହଜାର ୪୧ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତିଦିନ ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏବେ ତାହା ବୃଦ୍ଧି ପାଇଛି । ୫ ଦିନରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବା ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲ୍ଡ ଟିକା ମହଜୁଦ୍ ଅଛି । ହିଟୱେଭ ପାଇଁ ଆମେ ସରକାର ଟିକାକରଣ ସମୟ ପରିବର୍ତ୍ତନ କରିଛନ୍ତିଷ । କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଥମ ପର୍ୟ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ତେବେ ଆଶ୍ୱସ୍ତିର କଥା ମୃତ୍ୟୁହାର ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *