ସାବଧାନ: ଡବଲ ଡୋଜ୍ ପରେ ବି କମ୍ ହୋଇନି ବିପଦ, ଡେଲ୍‌ଟା କରିପାରେ ଶିକାର

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଏତେ ଭୟଙ୍କର ଯେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରି ପାରିବ । ଏକ ନୂଆ ଅଧ୍ୟୟନରୁ ଏହି କଥାର ଖୁଲାସା ହୋଇଛି । ଅଧ୍ୟୟନରେ କୁହାଯାଇଛି କି, ଡେଲ୍‌ଟା ଭାରିଏଣ୍ଟରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ସହିତ ପ୍ରତିଷେଧକ ଏବଂ ନିୟନ୍ତ୍ରଣ ଉପାୟଗୁଡ଼ିକର ଆବଶ୍ୟକ ରହିଛି । ଏହି ଅଧ୍ୟୟନ ଦିଲ୍ଲୀର ଦୁଇ ହସ୍ପିଟାଲରେ କରାଯାଇଥିଲା । ଅଧ୍ୟୟନରୁ ଏହା ଫଳାଫଳ ମିଳିଛି ଯେ ଭ୍ୟାକ୍ସିନ୍‌, ସଂକ୍ରମଣ ସମୟରେ ଭାଇରାଲ ଆକ୍ରମଣକୁ ଅଧିକ ଗୁରୁତର ହେବାକୁ ଦେଇ ନ ଥାଏ । ଯଦିଓ ଟିକାକରଣ ପରେ ବି ବ୍ରେକ୍ ଥ୍ରୁ ମାମଲା ଦେଖିବାକୁ ମିଳୁଛି । ଏହି କଥାର ମଧ୍ୟ ଆଶଙ୍କା ରହୁଛି କି, ସଂକ୍ରମଣ ଆଗକୁ ହାଇ ରିସ୍କ ଥିବା ଲୋକଙ୍କୁ ମଧ୍ୟ ଶିକାର ବନାଇ ପାରେ । ପୂର୍ବରୁ ପ୍ରକାଶିତ ଏକ ଅଧ୍ୟୟନରେ ବିଶେଷଜ୍ଞମାନେ କହିଥିଲେ ଯେ, ଆମେ ଅଧିକ ବିପଦ ଥିବା ସେହି ମାମଲାଗୁଡ଼ିକୁ ଚିହ୍ନଟ କରିଥିଲ । ଯେଉଁଥିରେ ସଂକ୍ରମିତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇ ସାରିଥିଲା ।

ଏଥି ସହିତ ଯେଉଁଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଭାଇରସ୍ ସଂକ୍ରମଣର ବିପଦ ଥିଲା ଏବଂ ଯେଉଁମାନେ ଟିକାର ଦୁଇଟି ଡୋଜ୍ ନେଇ ସାରିଥିଲେ । ସେହି ମାମଲାଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଅଧ୍ୟୟନ ଏବେ ପୁଣିଥରେ ପୂର୍ଣ୍ଣ ଟିକାକରଣ କରେଇ ସାରିଥିବା ଲୋକଙ୍କଠାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଉପାୟଗୁଡ଼ିକର ଆବଶ୍ୟକତାକୁ ଦର୍ଶାଉଛି । ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରକାରର ସାବଧାନତା ଏବଂ ନିଶ୍ଚିତତାର ମାହୋଲ ସୃଷ୍ଟି ହୋଇ ଯାଇଛି । ଖାସ୍ କରି ସେମାନଙ୍କ ମଧ୍ୟରେ, ଯେଉଁମାନେ ଟିକାକରଣ କରେଇ ସାରିଛନ୍ତି । ଅଧ୍ୟୟନରେ କୁହାଯାଇଛି ଯେ ଭ୍ୟାକ୍ସିନ୍ ଏବେ ମଧ୍ୟ ବହୁତ ପ୍ରଭାବଶାଳୀ ରହିଛି ଏବଂ ଲୋକଙ୍କଠାରେ ସଂକ୍ରମଣ ମାମଲାକୁ ଗମ୍ଭୀର ହେବାଠାରୁ ବଞ୍ଚେଇ ପାରୁଛି । ଯଦିଓ ବିଶେଷଜ୍ଞମାନେ ସ୍ପଷ୍ଟ କରି ଦେଇଛନ୍ତି କି, ସଂକ୍ରମଣର ବ୍ରେକ୍ ଥ୍ରୁ ମାମଲା ସତ । ସେମାନେ ସଂକ୍ରମଣକୁ କଣ୍ଟ୍ରୋଲ କରିବା ପାଇଁ ପ୍ରତିଷେଧକ ଏବଂ ନିୟନ୍ତ୍ରଣ ଉପାୟଗୁଡ଼ିକର ଆବଶ୍ୟକତା ବିଷୟରେ ଜଣାଇଛନ୍ତି । ଏଥି ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ ପରମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *