ଏହି ଦେଶରେ ୨ ବର୍ଷର ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: ପୁରା ବିଶ୍ୱରେ ବର୍ତ୍ତମାନ ସମୟରେ ଶିଶୁଙ୍କୁ ଟିକା ଦେବାର ପରୀକ୍ଷଣ ଚାଲିଛି । ଟିକାକୁ ଶିଶୁଙ୍କ ରୋଗ ପ୍ରତିରୋଧକ କ୍ଷମତା ଉପରେ ପରୀକ୍ଷା କରାଯାଉଛି । ଆଉ ଟିକା ଶିଶୁମାନଙ୍କ ପାଇଁ କିପରି ସୁରକ୍ଷିତ ରହିବ ସେ ଉପରେ କାମ କରାଯାଉଛି । ଏହାରି ଭିତରେ ଜଣେ ୨ ବର୍ଷର ଶିଶୁକୁ ପ୍ରଥମ କରୋନା ଟିକା ଦିଆଯିବା ଖବର ସାମ୍ନାକୁ ଆସିଛି । ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା । ଏବେ ୨ ବର୍ଷର ପିଲାଙ୍କୁ କ୍ୟୁବାରେ କରୋନା ଟିକା ଦିଆଯାଇଛି । ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି । । ଶିଶୁଙ୍କୁ ଟିକା ଦେବାରେ କ୍ୟୁବା ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଉଛି । ପିଲାମାନଙ୍କ ଉପରେ ଅବଦଲା ଏବଂ ସୋବ୍ରାନା ଟିକାର କ୍ଲିନିକାଲ୍ ପରୀକ୍ଷା ସରିଛି । କିନ୍ତୁ ଏଯାଏଁ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ କୌଣସି ପ୍ରକାର ସ୍ୱୀକୃତି ମିଳିନାହିଁ । କିଛି ଦେଶରେ ସରକାର ଏଥିପାଇଁ ୧୨ବର୍ଷରୁ ଅଧିକ ବୟସର ସମୟସୀମା ଧାର୍ଯ୍ୟ କରିଥିଲେ । କିନ୍ତୁ କ୍ୟୁବା ଏଥିରେ ରେକର୍ଡ ସୃଷ୍ଟି କରିଛି । କ୍ୟୁବା ଦୁନିଆର ପ୍ରଥମ ଦେଶ ଯେଉଁଠି ୨ ବର୍ଷର ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି । ଏଠାରେ ଦୁଇଟି କରୋନା ଟିକା ଦିଆଯାଉଛି । ଏହି ଟିକା କ୍ୟୁବାରେ ହିଁ ତିଆରି କରାଯାଇଛି । କିନ୍ତୁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେଇନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *