ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ

ଭୁବନେଶ୍ୱର : ଟିକାକରଣ ନେଇ ରାଜ୍ୟରେ ଏକ ସଙ୍କଟ ଦେଖାଦେଇଛି । ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କ ଟିକାକରଣ ହୋଇପାରେ ବାଧାପ୍ରାପ୍ତ । ବର୍ତ୍ତମାନ ରାଜ୍ୟରେ ଯେତିକି ପରିମାଣର ଟିକା ଗଚ୍ଛିତ ରହିଛି, ତାହା ଅତିବେଶୀରେ ଦୁଇଦିନ ପର୍ଯ୍ୟନ୍ତ ଟିକାକରଣ ହୋଇପାରିବ । ଗତକାଲି ସୁଦ୍ଧା ରାଜ୍ୟରେ କୋଭାକ୍ସିନର ମାତ୍ର ୮୯୮୦ ଡୋଜ୍ ଓ କୋଭିସିଲ୍ଡର ୧୮୬୯୦ ଡୋଜ୍ ରହିଛି । ପ୍ରଶ୍ନ ଉଠୁଛି ତା’ପରେ ପରିସ୍ଥିତି କ’ଣ ହେବ? ତେବେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟକୁ ଟିକା ଆଣିବାର ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତେବେ ଯୁବବର୍ଗଙ୍କ ପାଇଁ ଟିକା ଅଭାବ ଦେଖା ଦେଇଥିଲେ ମଧ୍ୟ ବୟସ୍କଙ୍କ ପାଇଁ ଅଭାବ ନାହିଁ । ରାଜ୍ୟରେ ବୟସ୍କଙ୍କ ପାଇଁ ୩.୯୧ ଲକ୍ଷ ପାଖାପାଖି କୋଭାକ୍ସିନ ଓ ପାଖାପାଖି ୪.୪୨ ଲକ୍ଷ କୋଭିସିଲ୍ଡ ଡୋଜ୍ ମହଜୁଦ୍ ରହିଛି । ତେବେ ଟିକାକରଣ ନେଇ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ଆଉ ଘରକୁ ଘର ବୁଲି ଟିକା ଦିଆଯିବ ନାହିଁ । ଜାତୀୟ ସ୍ତରର ବିଶେଷଜ୍ଞ କମିଟି ଘରକୁ ଘର ବୁଲି ଟିକାକରଣ ନେଇ ଆପତ୍ତି ଉଠାଇଛି । ବୟସ୍କ ଓ ଦିବ୍ୟାଙ୍ଗ ଶ୍ରେଣୀଙ୍କ ଘର ନିକଟରେ ଟିକାଦାନ କେନ୍ଦ୍ର ସ୍ଥାପନ ନିମନ୍ତେ ଏହି କମିଟି ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *