ଟିକା ନ ଥିବାରୁ ୧୫୦୦ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ

ଭୁବନେଶ୍ୱର:  ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡା,ନୂଆପଡା, କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଛି । ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ବନ୍ଦ ରଖାଯାଇଛି । ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ ଯୋଗୁଁ ସେଠି ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ ।  ରାଜ୍ୟରେ କୋଭିସିଲ୍ଡ ଟିକା ୩.୬ ଲକ୍ଷ ରହିଛି ଓ କୋଭସ୍କିନ ୨.୩ ଲକ୍ଷ ରହିଛି ।

ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରି କହିଛନ୍ତି ଯେ, ସରକାର କୋରନା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ସରକାର ଯେଉଁ ନିୟମ କରିଛନ୍ତି ତାକୁ ମାନିବାକୁ ଲୋକଙ୍କୁ କଲେ ଅପିଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *