ଟିକାକରଣକୁ ନେଇ ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଟିକା ନେବେ ନାହିଁ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି । ସେମାନଙ୍କୁ ଘରେ ଦିଆଯିବ ଭ୍ୟାକସିନ୍‌ । ଟିକାକରଣ କେନ୍ଦ୍ର ଯିବାକୁ ଅସମର୍ଥ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଘରେ ଟିକାଣରଣକୁ ମଞ୍ଜୁରୀ ଦେଇଛନ୍ତି । ଏନେଇ ବ୍ୟବସ୍ଥା କରାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କ ଘରକୁ ଯାଇ ଟିକା ଦେବେ ସ୍ବାସ୍ଥ୍ୟ କର୍ମୀ । ଏଥିପାଇଁ ସେମାନଙ୍କୁ କୌଣସି ସ୍ଥାନରେ ଆବେଦନ କରିବାର ଆବଶ୍ୟକତା ନାହିଁ । ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭିକେ ପଲ୍‌ ସାପ୍ତାହିକ ସାମ୍ବାଦିକ ସମ୍ମଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *