ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ !

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ଦେବା ପରେ ମାର୍ଚ୍ଚ ୧୦ ତାରିଖରେ ତୀରଥ୍ ସିଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ହେଁ ତୀରଥ୍ ବିଧାୟକ ନାହାନ୍ତି । ନିୟମ ଅନୁସାରେ ଶପଥ ଗ୍ରହଣର ୬ ମାସ ମଧ୍ୟରେ ନିର୍ବାଚିତ ହେବା କଥା । ଏପରିକି ସେପ୍ଟେମ୍ବର ୧୦ ତାରିଖ ଯାଏଁ ତୀରଥଙ୍କ ନିକଟରେ ନିର୍ବାଚିତ ହେବାର ସୁଯୋଗ ରହିଥିଲା । କୌଣସି ଉପ ନିର୍ବାଚନରୁ ବିଜୟୀ ହୋଇ ସେ ସଦନର ସଦସ୍ୟ ହୋଇ ପାରିଥାନ୍ତେ । ମାତ୍ର କରୋନା ସମୟରେ ୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ କରି ଉଭୟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ସାଧାରଣରେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏପରି ପରସ୍ଥିତିରେ ଆଉ ଏକ ଉପ ନିର୍ବାଚନର ସମ୍ଭାବନା କ୍ଷୀଣ ରହିଥିବାରୁ ତୀରଥ୍ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *