ମାସ୍କକୁ ସଠିକରେ ବ୍ୟବହାର କଲେ ବିଷଲ୍ୟକରଣୀ ଭଳି କାମ କରିବ : ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: ଘର ଭିତରୁ ବାହାରକୁ ନଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଛନ୍ତି । ଘରର ଅନ୍ୟ ଯୁବବର୍ଗ କୋଭିଡ-୧୯ ନିୟମ ପାଳନ କରୁ ନଥିବାରୁ ଏଭଳି ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅନୁମାନ କରୁଛନ୍ତି । ତେଣୁ ସଂକ୍ରମଣକୁ ଏଡୋଇବାକୁ ହେଲେ ମାସ୍କ ପିନ୍ଧିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଘରେ ଥିଲେ ବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବା ।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତର ନିବେଦିତା ପାଣି (ଆନାସ୍ଥେସିଆ ପ୍ରଫେସର, ଏସ୍ସିବି, କଟକ) ପରାମର୍ଶ ଦେଇଛନ୍ତି ଯେ, ମାସ୍କକୁ ଠିକ୍‌ରେ ବ୍ୟବହାର କଲେ ବିଷଲ୍ୟକରଣୀ ଭଳି କାମ କରିବ । ବଜାରରେ ମିଳୁଥିବା ମୁଖ୍ୟତଃ ୩ ପ୍ରକାରର ମାସ୍କ (କଟନ, ସର୍ଜିକାଲ ଓ ଏନ୍-୯୫) ପିନ୍ଧିବା ପୂର୍ବରୁ ସତର୍କ ରହିବାର ଅଛି । ମାସ୍କ ନାକ ଓ ପାଟିକୁ ଘୋଡାଇ ରଖିବା ଦରକାର । ମାସ୍କ ପିନ୍ଧିବା ପୂର୍ବରୁ ଭଲଭାବରେ ହାତ ଧୁଆଯିବା ଦରକାର ।

କଟନ ମାସ୍କକୁ ସାବୁନାରେ ସଫା କରି ପୁଣି ବ୍ୟବହାର କରିପାରିବେ । ସର୍ଜିକାଲ ମାସ୍କକୁ ଧୋଇକି ପୁଣି ଥରେ ବ୍ୟବହାର କରାଯାଇପାରିବ ନାହିଁ । ମାସ୍କକୁ ପିନ୍ଧିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ପାଣି ପରାମର୍ଶ ଦେଇଛନ୍ତି । ତେଣୁ ମାସ୍କର ସମ୍ମୁଖ ଭାଗକୁ ଧରି କାଢ଼ନ୍ତୁ ନାହିଁ । ଏନ୍-୯୫ ମାସ୍କ ୯୫ ପ୍ରତିଶତ ସଂକ୍ରମଣକୁ ରୋକିପାରେ । ହୋମ୍ ଆଇସୋଲେସନରେ ଥିବା ରୋଗୀ ମଧ୍ୟ ଡବଲ ଲେୟାର ଥିବା ମାସ୍କ ପିନ୍ଧିବା ଉଚିତ । ରୋଗୀଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ଡବଲ ଲେୟାର ମାସ୍କ ପିନ୍ଧିବା ଦରକାର। କରୋନା ସମୟରେ କୌଣସି ବଡ଼ କାମ ନଥିଲେ ବାହାରକୁ ନଯାଆନ୍ତୁ ବୋଲି ବିଶେଷଜ୍ଞ ଡାକ୍ତର ପାଣି ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *