ରାଜ୍ୟରେ ମୁକୁଳା ପଡ଼ିଥିବା ନାଳ ଉପରେ ପଡ଼ିବ ସ୍ଳାବ୍

ଭୁବନେଶ୍ୱର:କଟକ-ଭୁବେନଶ୍ବର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ । ଆଜି ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏ ନେଇ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଥିବା ନଗର ଉନ୍ନୟନ ବିଭାଗ ସଚିବ କହିଛନ୍ତି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟର ଡ୍ରେନେଜ ସମସ୍ୟା ନେଇ ଘମାଘୋଟ ଆଲୋଚନା ହୋଇଥିଲା । ବୈଠକରେ ବିଜେଡି ବିଧାୟକ ଅମର ଶତପଥୀ, କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାତନମଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *