ଅଯୋଧ୍ୟାରେ ଯୋଗୀଙ୍କ ବଡ଼ ଘୋଷଣା, କହିଲେ ରାସନ କାର୍ଡରେ ହୋଲି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ୍

ଅଯୋଧ୍ୟା : ଦୀପାବଳି ଅବସରରେ ରାମଙ୍କ ରାଜ୍ୟ ଆଗମନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରଦେଶରେ ଗରିବଙ୍କୁ ହୋଲି ପର୍ଯ୍ୟନ୍ତ ମାଗଣା ରାସନ ମିଳିବ ବୋଲି ବୁଧବାର ଘୋଷଣା କରିଛନ୍ତି। ଏଥିରେ ଏବେ କେବଳ ମାଗଣା ଚାଉଳ ଓ ଗହମ ନୁହେଁ ଡାଲି, ତେଲ, ଲୁଣ ସାଙ୍ଗକୁ ଚିନି ବି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରେ କରୋନା ଯୋଗୁ ପ୍ରଧାନମନ୍ତ୍ରୀ ଗରିବଙ୍କ ଲାଗି ନିଶୁଳ୍କ ରାସନ ଘୋଷଣା କରିଥିଲେ। ଯାହାର ଅବଧି ନଭେମ୍ବର ମାସରେ ଶେଷ ହେଉଛି। ତେବେ ରାଜ୍ୟରେ ଆଉ ୪ ମାସ ଏହି ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଯୋଗୁ ଉତ୍ତରପ୍ରଦେଶର ୧୫ କୋଟି ରାସନ କାର୍ଡ ଧାରୀ ଲାଭାନ୍ୱିତ ହେବେ ବୋଲି କୁହାଯାଉଛି। ଦୀପୋତ୍ସବ ମଞ୍ଚରୁ ଯୋଗୀ ରାମ ରାଜ୍ୟ ପରିକଳ୍ପନାରେ ମୁଁ ଏଥିରୁ ମୋତେ ରୋକି ପାରୁନଥିବା କହିଥିଲେ। ଯୋଗୀଙ୍କ ଘୋଷଣାରେ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ହଜାର ହଜାର ନରନାରୀ ଉତ୍ସାହିତ ହୋଇ ଯୋଗୀଙ୍କ ଜୟଜୟକାର କରିଛନ୍ତି। ରାଜ୍ୟରେ ଯୋଗୀ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ଅଯୋଧ୍ୟାରେ ଦୀପୋତ୍ସବ ଓ ରାମଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଉତ୍ସବ ତ୍ରେତୟା ଯୁଗ ପରମ୍ପରାରେ ଆୟୋଜିତ ହୋଇ ଆସୁଛି। ସେବେଠାରୁ ପ୍ରତିବର୍ଷ ଯୋଗୀ ରାଜ୍ୟ ବିକାଶ ଲାଗି କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରିଆସୁଥିବା ବେଳେ ନିଶୁଳ୍କ ରାସନ ଘୋଷଣା କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି।

ଦେଶର କୌଣସି ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହି ଘୋଷଣା କରି ନାହାନ୍ତି। ମହଙ୍ଗାରେ ଗରିବଙ୍କ ଥାଳିରେ ଡାଲି ଦେବାକୁ ଓ ଭଲକରି ମୁଠେ ଖାଇବା ଲାଗି ତେଲ, ଲୁଣ ଓ ଚିନି ବି ମାଗଣା ଦେବାକୁ ଯୋଗୀ ଘୋଷଣା କରିବା ଦେଶରେ ପ୍ରଥମ ବଡ଼ ଘୋଷଣା ବୋଲି ଏବେ କୁହାଯାଉଛି। ଏଥିରେ ଅନ୍ତୋଦୟ କାର୍ଡ ଧାରୀ ମାସିକ ୩୫ କେଜି ଖାଦ୍ୟଶଶ୍ୟ ପାଇବା ସହ କାର୍ଡ ଧାରି ଗୃହସ୍ଥ ମଧ୍ୟ ଯୋଜନାର ୫ କେଜି ଚାଉଲ, ଗହମ ସାଙ୍ଗକୁ ୧ କେଜି ହରଡ ଡାଲି, ଲିଟରେ ସୋରିଷ ତେଲ, ଲୁଣ ଓ ଚିନି ମଧ୍ୟ ପାଇବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *