୪୩ଟି ରୁଟରେ ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ୍ । ୪୩ଟି ରୁଟରେ ଚାଲିବ ଓଏସଆରଟିସି ବସ୍ । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ବସ୍ ଗୁଡ଼ିକ ରାଷ୍ଟ୍ରାୟତ ନିଗମର ୧୬ଟି ଡିପୋରୁ ଯାତାୟତ କରିବ । ବସରେ ଯାତ୍ରା ସମୟରେ ଯାତ୍ରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କାଟେଗୋରୀ ଏ ଜିଲ୍ଲା ଗୁଡ଼ିକରେ ଆନ୍ତଃ ଜିଲ୍ଲା ସାଧାରଣ ପରିବହନ ହୋଇପାରିବ । ବସରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀଙ୍କୁ ଅନୁମତି ମିଳିବ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ପ୍ରତିଦିନ ବସକୁ ସାନିଟାଇଜ୍ କରାଯିବ । ଏହା ସହିତ ଯାତ୍ରୀମାନେ କରୋନା ନିୟମକୁ ମାନିବାକୁ ଅନୁରୋଧ କରିଛନ୍ତି ଓଏସଆରଟିସି ଅଧ୍ୟକ୍ଷ । ସମସ୍ତେ ସାମାଜିକ ଦୂରତା ମାନିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *