୨୪ ବିଶ୍ୱ ବିଦ୍ୟାଳୟକୁ ନକଲି ଘୋଷଣା କରିଛି ୟୁଜିସି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶରେ ରହିଥିବା ୨୪ଟି ବିଶ୍ୱ ବିଦ୍ୟାଳୟକୁ ନକଲି ବୋଲି ଘୋଷଣା କରାଯାଇଛି । ବିଭିନ୍ନ ନିୟମର ଉଲ୍ଲଂଘନ କାରଣରୁ ୨୪ଟି ବିଶ୍ୱ ବିଦ୍ୟାଳୟକୁ ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା ବେଳେ ଏହି ତାଲିକାରେ ଆହୁରି ୨ଟି ବିଶ୍ୱ ବିଦ୍ୟାଳୟ ରହିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ୟୁଜିସି ପକ୍ଷରୁ ଏମିତି ଆତ୍ମଘୋଷିତ ୨୪ଟି ବିଶ୍ୱ ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କରୁଥିବା ୨ଟି ବିଶ୍ୱ ବିଦ୍ୟାଳୟ ଚିହ୍ନଟ ହୋଇଥିବାକ ନେଇ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ । ବିଭିନ୍ନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମରୁ ସୂଚନା ମିଳିବା ପରେ ତଦନ୍ତ କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଧର୍ମେନ୍ଦ୍ର । ଏହା ବ୍ୟତିତ ୟୁପିରେ ରହିଥିବା ଭାରତୀୟ ଶିକ୍ଷା ପରିଷଦ ଓ ଆଇଆଇପିଏମ୍ ନୂଆଦିଲ୍ଲୀ ସମ୍ପର୍କିତ ମାମଲା ବର୍ତ୍ତମାନ କୋର୍ଟଙ୍କ ବିଚାରାଧୀନ ରହିଛି ।

ଉତ୍ତର ପ୍ରଦେଶରେ ସର୍ବାଧିକ ୮ଟି ଏହିଭଳି ନକଲି ବିଶ୍ୱ ବିଦ୍ୟାଳୟ ରହିଥିବା ବେଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୭ଟି ନକଲି ବିଶ୍ୱ ବିଦ୍ୟାଳୟ ରହିଛି । ବାରଣାସେୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ମହିଳା ଗ୍ରାମ ବିଦ୍ୟାପୀଠ, ଗାନ୍ଧୀ ହିନ୍ଦି ବିଦ୍ୟାପୀଠ, ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓ ପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓପନ ବିଶ୍ୱ ବିଦ୍ୟାଳୟ, ଉତ୍ତର ପ୍ରଦେଶ ବିଶ୍ୱ ବିଦ୍ୟାଳୟ, ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱ ବିଦ୍ୟାଳୟ ଓ ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ ଉତ୍ତର ପ୍ରଦେଶରେ ରହିଛି । ଏହା ବ୍ୟତିତ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏହିଭଳି ୭ଟି ବିଶ୍ୱ ବିଦ୍ୟାଳୟ ରହିଛି । କମର୍ସିଆଲ ବିଶ୍ୱ ବିଦ୍ୟାଳୟ, ୟୁନାଇଟେଡ ନେସନ ବିଶ୍ୱ ବିଦ୍ୟାଳୟ, ଭୋକେସନାଲ ବିଶ୍ୱ ବିଦ୍ୟାଳୟ, ଏଡିଆର ସେଣ୍ଟ୍ରିକ୍ ବିଶ୍ୱ ବିଦ୍ୟାଳୟ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ମୁକ୍ତ ବିଶ୍ୱ ବିଦ୍ୟାଳୟ ଓ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ଦିଲ୍ଳୀରେ ରହିଥିବା ଜଣାପଡିଛି । ଏହି ଦୁଇ ସହରକୁ ବାଦ ଦେଲେ କୋଲକାତା ଏବଂ ଓଡ଼ିଶାରେ ୨ଟି ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ରହିଛି ।

କର୍ଣ୍ଣାଟକ,କେରଳ,ମହାରାଷ୍ଟ୍ର,ପୁଡୁଚେରୀ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ଏଭଳି ନକଲି ବିଶ୍ୱବିଦ୍ୟାଳୟ ରହିଥିବା ନେଇ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । କୋଲକାତାରେ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟ୍ ମେଡିସିନ୍ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟ୍ ମେଡିସିନ୍ ନାମରେ ଦୁଇଟି ନକଲି ବିଶ୍ୱ ବିଦ୍ୟାଳୟ ରହିଥିବା ବେଳେ ଓଡ଼ିଶାରେ ନବଭାରତ ଶିକ୍ଷା ପରିଷଦ, ରାଉରକେଲା ଓ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ରହିଛି । ପୁଡୁଚେରୀରେ ଶ୍ରୀ ବୋଧୀ ଏକାଡେମୀ ଅଫ୍ ହାୟର ଏଜୁକେଶନ, ଆନ୍ଧ୍ରପ୍ରଦେଶରେ କ୍ରିଷ୍ଟ ନ୍ୟୁ ଟିଷ୍ଟାମେଣ୍ଟ ଡିମ୍ଡ ବିଶ୍ୱବିଦ୍ୟାଳୟ, ନାଗପୁରରେ ରାଜା ଆରବିକ ବିଶ୍ୱବିଦ୍ୟାଳୟ, କେରଳରେ ସେଣ୍ଟ ଜନ ବିଶ୍ୱ ବିଦ୍ୟାଳୟ ଓ କର୍ଣ୍ଣାଟକରେ ବଡଗାମ୍ବି ସର୍କାର ମୁକ୍ତ ବିଶ୍ୱବିଦ୍ୟାଳୟକୁ ନକଲି ଭାବରେ ଘୋଷଣା କରାଯାଇଛି । ୟୁଜିସି ପକ୍ଷରୁ ଏନେଇ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହା ସହିତ କମିଶନ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର, ଶିକ୍ଷା ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *