ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୨୦ ତାରିଖରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପରେ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ୍ କଟକଣା ମଧ୍ୟରେ ୧୯ ତାରିଖ ଠାରୁ ହଷ୍ଟେଲ ଖୋଲିବ । କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷା ଦାନ କରାଯିବ । ଏଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଅଧ୍ୟାପକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ କେହି କଲେଜ କି ବିଶ୍ୱବିଦ୍ୟାଳୟ ଆସିବେ ନାହିଁ । କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ।

ନିୟମିତ ବ୍ୟବଧାନରେ ହାତ ଧୋଇବେ କିମ୍ବା ସାନିଟାଇଜ୍ କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ ସହ ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ । ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ନେଇ ଅଲଗା ବ୍ୟାଚ୍ କରି ପଢ଼ାଯିବ । କ୍ୟାମ୍ପସରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ଆଇସୋଲେସନ୍ ରୁମ୍ ରଖିବାକୁ କୁହାଯାଇଛି । ୨୦୨୧-୨୨ ଶିକ୍ଷା ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *