ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ : ଆହତ ଯବାନଙ୍କୁ ହେଲିକପ୍ଟରରେ ଆଣିଲେ ଅଭୟ

ଭୁବନେଶ୍ୱର: ମୁଖିଆ ହେବ ତ ଏମିତି  । ସାହାସ ଏବଂ ସହାନୁଭୂତିକୁ ନେଇ ଏବେ ଚର୍ଚ୍ଚା  । ନିଜ ସିପାହୀଙ୍କ ସୁରକ୍ଷା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଲେ  । ଏବଂ ହଠାତ ଘଟଣାସ୍ଥଳରେ ପହଁଚିଯାଇଥିଲେ  ।  ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଛନ୍ତି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବାବେଳେ ଖବର ପାଇଲେ ପୋଲିସ ଡିଜିପି ଅଭୟ  । ଭିନ୍ନ କାର୍ଯ୍ୟକ୍ରମ ଥିବା ସ୍ୱତେ ମଧ୍ୟ ସମସ୍ତ ଗସ୍ତକୁ ବାତିଲ କରିଥିଲେ  । ଏବଂ ଅବିଳମ୍ବେ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଉଦ୍ଧାର କରି ଭୁନେଶ୍ୱର ନେଇ ଆଣିଥିଲେ  । ସୂଚନା ମୁତାବକ ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେପଟେ ହେଲିକପଟର ଲ୍ୟାଣ୍ଡ କଲାପରେ ଯବାନଙ୍କୁ AIIMS କୁ ନିଆଯାଇଛି। ପୋଲିସ ଡିଜି ମାଲକାନଗିରି ଗସ୍ତ କରୁଥିଲେ । କିନ୍ତୁ ଯବାନଙ୍କ ଆହତ ଖବର ଶୁଣି ମାଲକାନଗିରି ଗସ୍ତ ବାତିଲ କରି ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଆଣି ଭୁବନେଶ୍ବର ଆସିଥିଲେ । ଆଇଜି ଅପରେସନ ଅମିତାଭ ଠାକୁରଙ୍କ ନେତୃତ୍ବରେ ଚାଲିଛି କମ୍ବିଂ ଅପରେସନ । ବୌଦ୍ଧ ଉମା ପଞ୍ଚାୟତ ସମାଦାଙ୍ଗି-ନଦେନ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ଖବର ପାଇ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥଲେ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଦୀର୍ଘ ୮ଘଣ୍ଟା ଧରି ଚାଲିଛି ପୋଲିସର କୁମ୍ବିଂ ଅପରେସନ୍ । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *