କ୍ୱାକ୍ ଠାରୁ ଔଷଧ ଖାଇ ଚାଲିଗଲା ୨ଶିଶୁଙ୍କ ଜୀବନ

ରାଉରକେଲା: ରସୁଆଁ ଦମାଳୁ ଗ୍ରାମରେ କ୍ୱାକ ଠାରୁ ଔଷଧ ଖାଇବା ପରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ । ଅନ୍ୟ ଜଣେ ଶିଶୁ ଓ ମା’ ଅସୁସ୍ଥ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଦମାଳୁ ଗ୍ରାମରେ ପହଞ୍ଚିଛି । ସେହିପରି ଏକ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚିଛନ୍ତି । ଏହି ଟିମ୍ ସାତଦିନ ଧରି ଗ୍ରାମରେ ରହି ଗ୍ରାମବାସୀଙ୍କ ରକ୍ତପରୀଷା, ଡେଙ୍ଗୁ, କୋଭିଡ ଓ ମ୍ୟାଲେରିଆ ପରୀଷା କରିବେ । ଔଷଧ ଦେଇଥିବା କ୍ୱାକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଜଣା ଜ୍ୱରରେ ଗୋଟିଏ ପରିବାରର ୪ ଜଣ ଆକ୍ରାନ୍ତ ହୋଇ ଗୁଣି ଗାରେଡ଼ିର ଆଶ୍ରୟ ନେବା ସହ ଜଣେ କ୍ୱାକଙ୍କ ନିକଟରୁ ଔଷଧ ଖାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ମା’ ଓ ଦୁଇ ବର୍ଷର ଶିଶୁପୁତ୍ରକୁ ଚିକିତ୍ସା କରାଯାଉଛି । ଶିଶୁକନ୍ୟା ଆଶ୍ରିତା ତୁରୀଙ୍କ ମୃତଦେହ ଆଜି ବ୍ୟବଚ୍ଛେଦ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *