ନବୀନ ନିବାସରେ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ରଚିତ ହୋଇଛି । ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେହିପରି ଦ୍ୱିତୀୟ ପୁସ୍ତକ କବି ରବିପ୍ରିୟ ଦାଶଙ୍କ କବିତା ସକଳନ ‘ଉର୍ବଶୀର ଗାଁ’ ରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି । ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *