ରାହୁଲଙ୍କ ଆକାଉଣ୍ଟ୍ ଅନଲକ୍ କଲା ଟୁଇଟର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୯ ବର୍ଷର ନାବାଳିକାଙ୍କ ସହିତ ବଳାତ୍କାର ଏବଂ ହତ୍ୟା ପରେ ତାଙ୍କ ପରିବାର ଲୋକଙ୍କ ଫଟୋ ଟୁଇଟ୍ କରିବାରୁ ଅସ୍ଥାୟୀ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥା ଅନ୍ୟ କଂଗ୍ରେସ ନେତାଙ୍କ ଟୁଇଟର୍ ଆକାଉଣ୍ଟ୍ ଲକ୍ କରିଦିଆଯାଇଥିଲା । କିନ୍ତୁ ଆଜି ତାଙ୍କ ଆକାଉଣ୍ଟ ଅନଲକ୍ କରିଦିଆଯାଇଛି । ସୋସିଆଲ ମିଡିଆ ଆକାଉଣ୍ଟସ୍ ର କଂଗ୍ରେସ ପ୍ରଭାରୀ ରାହୁଲ ଗୁପ୍ତା କହିଛନ୍ତି ଯେ, “କଂଗ୍ରେସର ସବୁ ଆକାଉଣ୍ଟ କୁ ଅନଲକ୍ କରଦିଆଯାଇଛି । ଟୁଇଟର୍ ଦ୍ୱାରା ଅନଲକ୍ କରିବାର କାରଣ କୁହାଯାଇନାହିଁ” । ଏହାପୂର୍ବରୁ ଟ୍ୱିଟର ବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କ ଫଟୋ ସେୟାର୍ କରିବାକୁ ନିୟମ ଉଲଂଘନ ବୋଲି ବିବେଚନା କରିଥିଲେ । ଏହାର ଜବାବରେ ପୂର୍ବତନ କଂଗ୍ରେସ ମୁଖ୍ୟ ଗତକାଲି ଟ୍ୱିଟରରେ ଜାତୀୟ ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ, ତାଙ୍କ ହ୍ୟାଣ୍ଡେଲ ବନ୍ଦ କରିବା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *