ଲକଡାଉନକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ : ସିପି

ଭୁବନେଶ୍ୱର : ମେ’ ୫ ତାରିଖରୁ ଓଡିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ଏହା ମେ’ ୫ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହା ପୁର୍ବରୁ ଟ୍ୱିନ୍ ସିଟି ପୋଲିସ୍ କମିଶନର ସଜାଗ ରହିବାକୁ ଲୋକମାନଙ୍କୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ୍ କୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ । କାରଣ ଲକଡାଉନ୍ ସମୟରେ ବଜାର ଦୋକାନ ଆଦି ଖୋଲା ରହିବ । ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଅର୍ଥାତ୍ ଆଜି ଏବଂ କାଲି ମଧ୍ୟରେ ଜିନିଷ କିଣାକିଣି କରି ମହଜୁଦ ରଖିବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ବ୍ୟବସ୍ଥା ହୋଇଛି । ତେଣୁ ବ୍ୟସ୍ତ ନହୋଇ କୋଭିଡ୍ ନିୟମ ମାନି ସାମଗ୍ରୀ କିଣିବାକୁ ସିପି ପରାମର୍ଶ ଦେଇଛନ୍ତି।

ସେହିପରି ଲକଡାଉନ୍ ପିରିୟଡ୍ ରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ । ଏହି କାମରେ ଲୋକମାନଙ୍କୁ ଯାଆସ କରିବାକୁ ଦିଆଯିବ । ଏଥିସହିତ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି, ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଖୋଲା ରହିବ । ତେଣୁ ଏହି ଯେଉଁ ଦୁଇ ଦିନ ରହିଲା ସେଥିମଧ୍ୟରେ ବ୍ୟସ୍ତ ନହୋଇ ସରକାରଙ୍କ କୋଭିଡ୍ ନିୟମ ପାଳନ୍ତୁ । କାରଣ ଏହି ଲକଡାଉନ୍ ର ମୁଖ୍ୟ ଲକ୍ଷ୍ୟ ହେଉଛି କୋଭିଡ୍ ସଂକ୍ରମଣକୁ ରୋକିବା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *