ଦୁଃଖ ବଖାଣିଲେ ହିନା ଖାନ

ନୂଆଦିଲ୍ଲୀ : ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ଆଜି ଘରେ ଘରେ ପରିଚିତ। ସେ ତାଙ୍କର ଦୀର୍ଘ କ୍ୟାରିଅରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ବର୍ତ୍ତମାନ ସମୟରେ, ତାଙ୍କର କାର୍ଯ୍ୟର କୌଣସି ଅଭାବ ନାହିଁ, କିନ୍ତୁ ଏକ ସମୟ ଥିଲା ଯେତେବେଳେ ତାଙ୍କୁ କାମ ପାଇଁ ବାରମ୍ବାର ପ୍ରଡକ୍ସନ୍ ହାଉସ୍ ଦୌଡିବାକୁ ପଡୁଥିଲା। ତାଙ୍କର ଶ୍ୟାମଳ ବର୍ଣ୍ଣ ହେତୁ ତାଙ୍କୁ ରିଜେକ୍ଟ କରି ଦିଆଯାଉଥିଲା। ହିନାଙ୍କ ପୂର୍ବରୁ ଅନେକ ଅଭିନେତା ଏବଂ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ଷ୍ଟ୍ରଗଲ୍ ଟାଇମରେ ତାଙ୍କ ରଙ୍ଗ ରୂପ ପାଇଁ ତାଙ୍କୁ କାମ ମିଳୁନଥିଲା। ନିକଟରେ ଏକ ଇଣ୍ଟରଭ୍ୟୁରେ, ହିନା ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଛନ୍ତି। ହିନା କହିଛନ୍ତି, ‘ଏକ ଶୋ’ରେ କାଶ୍ମୀରୀ ଝିଅର ଚରିତ୍ର ଥିଲା । ଯେହେତୁ ହିନା କାଶ୍ମୀରରୁ ଆସିଛନ୍ତି ତେଣୁ ସେ ଚାହୁଁଥିଲେ ଯେ ସେ ମଧ୍ୟ ଏହି ପ୍ରୋଜେକ୍ଟରେ ସାମିଲ ହୁଅନ୍ତୁ। କିନ୍ତୁ ତାଙ୍କୁ ସିଲେକ୍ସନ୍ କରାଯାଇ ନଥିଲା। ଯେତେବେଳେ ହିନା ତାଙ୍କ ରିଜେକ୍ଟ ହେବାର କାରଣ ଜାଣିବାକୁ ପାଇଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ କୁହାଯାଇଥିଲା ଯେ ଯଦିଓ ଆପଣ କାଶ୍ମୀରର ଅଟନ୍ତି, ଆପଣ ସେହି ଭାଷାରେ ବିଜ୍ଞ ଥିବେ, କିନ୍ତୁ ଆପଣଙ୍କ ବର୍ଣ୍ଣ ଶ୍ୟାମଳ। ତେଣୁ ଆପଣ ସେହି ଭୂମିକା ପାଇଁ ଫିଟ୍ ନୁହଁନ୍ତି।’  ଅଭିନେତ୍ରୀ କହିଛନ୍ତି ଯେ ସେ କେବଳ ଇଣ୍ଡଷ୍ଟ୍ରିରେ ସକରାତ୍ମକ ଚରିତ୍ର କରିବାକୁ ଆସିନାହାଁନ୍ତି। ସେ କୌଣସି ଗୋଟିଏ ଭୂମିକା ପାଇଁ ତିଆରି ନୁହଁନ୍ତି। ସେ ସମସ୍ତ ପ୍ରକାର ଭୂମିକା କରିବାକୁ ଇଚ୍ଛା କରନ୍ତି। ବୋଧହୁଏ ସେଥିପାଇଁ ସେ ସିରିଏଲ ‘କାସୌଟି ଜିନ୍ଦେଗି କି’ର ଦ୍ୱିତୀୟ ସିଜନରେ ନକାରାତ୍ମକ ଭୂମିକା ଗ୍ରହଣ କରିଥିଲେ। ହିନା ବିଶ୍ୱାସ କରନ୍ତି ଯେ ଯଦି ଚରିତ୍ରଟି ଭଲ, ତେବେ ସେ ସେକେଣ୍ଡ ଲିଡ୍ କରିବାକୁ ସର୍ବଦା ପ୍ରସ୍ତୁତ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *