ମୋଦିଙ୍କୁ ଝଟକା ! ମସ୍ତକ ମୁଣ୍ଡନ ପୂର୍ବକ ବିଜେପିରୁ ଇସ୍ତଫା ଘୋଷଣା କଲେ ବିଧାୟକ

କୋଲକାତା : ସମ୍ପ୍ରତି କୋଲକାତା ପ୍ରବାସରେ ଥିବା ବିଜେପିର ତ୍ରିପୁରା ବିଧାୟକ ଆଶିଷ ଦାସ ଏକ ମଜାଦାର ଘଟଣାକ୍ରମରେ ମସ୍ତକ ମୁଣ୍ଡନ ପୂର୍ବକ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ପୂର୍ବୋତ୍ତରର ବିଜେପି ନେତାମାନେ ଏବେ ତୃଣମୂଳ କଂଗ୍ରେସ(ଟିଏମସି) ମୁହାଁ ହୋଇଛନ୍ତି। ଏଥିରେ ଦାସଙ୍କ ଏପରି କାଣ୍ଡ ହୁଏତ ସେ ମଧ୍ୟ ଦିଦିଙ୍କ ଦଳ ପ୍ରତି ଆଗ୍ରହୀ ହୋଇଥାଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ଦୀର୍ଘବର୍ଷ ଏକ ସାମ୍ପ୍ରଦାୟିକ ଦଳ ସହ କାମ କରିଥିବାରୁ ସେ ପ୍ରାୟଶ୍ଚିତ ଲାଗି ତପସ୍ୟା କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି। ହେଲେ ସେଥିରୁ କୋଉ ଗୋଟିକକୁ ବି ପୂରଣ କରିନି। ଲୋକେ ୨୫ ବର୍ଷର ବାମପନ୍ଥୀ ଶାସନ ସମାପ୍ତ କରିବାକୁ ଚାହୁଁଥିଲେ ଆଉ ସେମାନଙ୍କ ମଧ୍ୟରେ ମୁଁ ବି ଜଣେ ଥିଲି। ମୋତେ ଲାଗୁଥିଲା ବିଜେପି ଲୋକଙ୍କ ଭଲ କରିବ। ମୁଁ ତ୍ରିପୁରା ଲୋକଙ୍କୁ ଧୋକା ଦେଇଛି ଏଣୁ ତପସ୍ୟା କରିବି ବୋଲି କହିଛନ୍ତି। ତେବେ ସେ ଟିଏମସିରେ ଯୋଗ ଦେବାକୁ ଆଗ୍ରହୀ ହେବେ କି ବୋଲି ତାଙ୍କୁ ପଚରା ଯିବାରୁ ଦେଶରେ ଏବେ ମୋଦିଙ୍କ ମୁକାବିଲା ଲାଗି କେବଳ ମମତା ହିଁ  ଏକମାତ୍ର ନେତ୍ରୀ ବୋଲି କହିଛନ୍ତି ଆଶିଷ ଦାସ। ୨୦୨୧ ବିଧାନସଭା ନିର୍ବାଚନ ଫଳାଫଳ ପରେ ସାରା ଦେଶ ଏବେ ମମତାଙ୍କ ଆଡକୁ ଚାହିଁଛି। ଯଦି ଦେଶବାସୀ ମମତାଙ୍କୁ ଜିତାନ୍ତି ତେବେ ଇନ୍ଦିରାଙ୍କ ପରେ ହୁଏତ ସେ ଭାରତର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କେବଳ ମମତା ବାନାର୍ଜୀ ହିଁ ଭାରତକୁ ବିଜେପି ମୁକ୍ତ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହେଲେ ଟିଏମସିରେ ଯୋଗଦେବେ କି ନା ତାହା ସ୍ପଷ୍ଟ କରିନାହାନ୍ତି। ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ବାମଦଳ ବିରୋଧରେ ସଂଘର୍ଷ କରିଥିବା ଆଶିଷ ଦାସ ୨୦୨୩ରେ ତ୍ରିପୁରାରୁ ବିଜେପିକୁ ଉପାଡି ଫିଙ୍ଗିଦେବାକୁ ସଂକଳ୍ପ କରିଛନ୍ତି। ତେବେ ଦୀର୍ଘ ବର୍ଷ ଏକ ସାମ୍ପ୍ରଦାୟିକ ଦଳ ସହ କାମ କରିଥିବାରୁ ମସ୍ତକ ମୁଣ୍ଡନ ପୂର୍ବକ ପ୍ରାୟଶ୍ଚିତ କରିବା ସହ ଦଳରୁ ଇସ୍ତଫା ଘୋଷଣା କରୁଥିବା କହିଛନ୍ତି। ଛାତ୍ରଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ଆଶିଷ ଦାସ ୧୯୯୯ ମସିହାରେ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୫ ମସିହାରେ ଦଳରେ ନିଜକୁ ସାମିଲ କରିଥିବାବେଳେ ୨୦୧୮ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଥିଲେ। ସେ ଧଲାଇ ଜିଲ୍ଲା ସୁରମା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *