ଗୁଟଖା ଛେପ ସଫା କରିବାକୁ ରେଳବାଇର ବାର୍ଷିକ ଖର୍ଚ୍ଚ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି । ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି । ଏମିତିକି ସ୍ୱଚ୍ଛ ଭାରତ ପରେ ବି ଲୋକମାନେ ପାନ, ଗୁଟଖା ଖାଇ ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି । ଆଉ ଟ୍ରେନ ଷ୍ଟେସନ ଓ ଟ୍ରେନ କଥା ନକହିବା ଭଲ । ଆପଣ ନିଶ୍ଚିତ ଦେଖିଥିବେ ଟ୍ରେନ ଦୁଆର , ଝରକା ସହ ଷ୍ଟେସନରେ ପାନ ଓ ଗୁଟଖା ଛେପ ଚାରିଆଡ଼େ ପଡ଼ିଥିବ । ଆଉ ତାହାକୁ ସଫା କରିବାକୁ ରେଳବାଇ ବର୍ଷିକୁ ପାଖାପାଖି ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ବାରମ୍ବାର ସଚେତନ କରିବା ପରେ ମଧ୍ୟ ସଚେତନ ହେଉନାହାନ୍ତି ଲୋକେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରେଳବାଇ ପାନ କିମ୍ବା ଗୁଟଖା ଖାଇଲେ ଫାଇନର ବ୍ୟବସ୍ଥା ମଧ୍ୟ କରିଛି ।

କିନ୍ତୁ ଲୋକମାନେ ସୁଧୁରିବାରେ ନା ନେଉନାହନ୍ତି । ତେଣୁ ରେଳବାଇ ଏବେ ନୂଆ କୌଶଳ ଆପଣାଇବା ପାଇଁ ଯାଉଥିବା କୁହାଯାଉଛି । ଏମିତିକି ଟ୍ରେନରେ ପାନ, ଗୁଟଖା ସହ କୌଣସି ନିଶାଦ୍ରବ୍ୟକୁ ସଂପୂର୍ଣ୍ଣ ବାରଣ କରାଯିବା ନେଇ ଚର୍ଚ୍ଚା ହେଉଛି । ଟ୍ରେନରେ ଯାତ୍ରା କରିବା ସମୟରେ ଯେପରି ଲୋକମାନେ ପାନ, ଗୁଟଖା ନଖାଇବେ ସେଥିଲାଗି ରେଳବାଇ ପକ୍ଷରୁ ବିଜ୍ଞାପନ ମଧ୍ୟ କରାଯାଏ । ଆଉ ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଖର୍ଚ୍ଚ କରିବାକୁ ପଡ଼ିଥାଏ । ରେଲୱେ ବିଜ୍ଞାପନ ମାଧ୍ୟମରେ ଯାତ୍ରୀଙ୍କ ଠାରୁ ଇଆଡେ ସିଆଡ଼େ ଛେପ ନପକାଇବାରୁ ଅନୁରୋଧ କରିଥାଏ । ଏସବୁ ସତ୍ତ୍ୱେ ବି ଏହି ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁ ନାହିଁ । ପାନ ଛେପ ଧୋଇବା ପାଇଁ ରେଳବାଇକୁ ହଜାର ହଜାର ଲିଟର ପାଣି ଖର୍ଚ୍ଚ କରିବା ପାଇଁ ପଡ଼ୁଛି । ତେଣୁ ଏହା ଉପରେ ରେଳବାଇ ଖୁବଶୀଘ୍ର ବଡ଼ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *