ଜମୁନା ଏକ୍ସପ୍ରେସୱେର ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଜୀବନ

ମଥୁରା : ମଥୁରା ଥାନା ନୋହଝିଲର ଜମୁନା ଏକ୍ସପ୍ରେସୱେର ୭୧ ମାଇଲଖୁଣ୍ଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏକ ବସ ଅନିୟନ୍ତ୍ରିତ ହୋଇ ଡିଭାଇଡର ଭାଙ୍ଗି ରାସ୍ତାର ଆର ପଟକୁ ଯାଇ ଏକ କାର ସହ ଧକ୍କା ହୋଇ ଓଲଟି ପଡିଛି । ଫଳରେ ଏଥିରେ କାରରେ ଥିବା ୪ ଯାତ୍ରୀ ଓ ବସ ଚାଳକଙ୍କ ମୃତ୍ୟୁ ଘଟିଛି । ବସ ଚାଳକର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଉକ୍ତ ଖାଲି ବସ୍ ନୋଏଡା ଠାରୁ ଆଗ୍ରା ଅଭିମୁଖେ ଯାଉଥିଲା । ଥାନା ନୋହଝିଲର ଅଞ୍ଚଳର ମାଇଲଖୁଣ୍ଟ ୭୧ ନିକଟରେ ବସ୍ ଅନିୟନ୍ତ୍ରିତ ଭାବରେ ଯାଇ ଡିଭାଇଡର୍ ଭାଙ୍ଗି ଅନ୍ୟ ଏକ ସ୍ଥାନରେ ପହଞ୍ଚିଥିଲା । ସେହି ପାର୍ଶ୍ୱରେ ଆଗ୍ରା ଠାରୁ ନୋଏଡା ଯାଉଥିବା କାର ସହିତ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଚାଳକର ଏବଂ କାରରେ ଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକ୍ସପ୍ରେସୱେ କର୍ମଚାରୀଙ୍କ ସହାୟତାରେ କାରରେ ଫସି ରହିଥିବା ଲୋକଙ୍କୁ ପୋଲିସ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ମୃତକଙ୍କ ପରିଚୟ ମିଳିପାରି ନାହିଁ । କାର ଯାତ୍ରୀମାନେ ଗାଜିଆବାଦରୁ ଆସୁଥିଲେ । ଦୁର୍ଘଟଣାର କିଛି ସମୟ ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ରାସ୍ତାରୁ ହଟାଇବା ପରେ ରାସ୍ତାରେ ଯାତାୟତ ସ୍ୱଭାବିକ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *