ଆସନ୍ତାକାଲି ସଟଡାଉନ୍, ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି

ଭୁବନେଶ୍ୱର : ଆସନ୍ତାକାଲି ସଟଡାଉନ୍ ହେବାକୁ ଯାଉଥିବାରୁ ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି ହେବ । କଟକର ୨୫ ସ୍ଥାନରେ ଏବଂ ଭୁବନେଶ୍ୱରର ୪୩ ସ୍ଥାନରେ ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ୍ କର୍ମଚାରୀ । ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଯାଆସ କରିପାରିବେ । ତେଣୁ ସେମାନଙ୍କ ପାଇଁ କୌଣସି ସ୍ପେଶାଲ୍ ପାସ୍ ହୋଇନାହିଁ । ଆଜି ନାଇଟ୍ କର୍ଫ୍ୟୁ ଓ ସଟଡାଉନ୍ ନେଇ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୁଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର୍ ନିୟୋଜିତ ହେବେ । ସେହିପରି ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୧୫୦ ଅଫିସର୍ ଚେକିଂ ଦାୟିତ୍ୱରେ ରହିବେ ବୋଲି ମଧ୍ୟ ସୁଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *