ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାହାର ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ । ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ବିଶେଷକରି ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳ ବୁଲି ଦେଖିବେ ବୋଲି ସୂଚନା ମିଳିଛି । ଏଥିସହ ପଶ୍ଚିମବଙ୍ଗର ମେଦିନୀପୁରରେ ମଧ୍ୟ ବୁଲି ବାତ୍ୟା ସମୀକ୍ଷା କରିବେ । ସେଠାରେ ସେ ବାତ୍ୟା ସଂକ୍ରାନ୍ତରେ ହେବାକୁ ଥିବା ବୈଠକରେ ଯୋଗଦେଇ ବାତ୍ୟା କ୍ଷୟକ୍ଷତି ଉପରେ ପୁଙ୍ଖ।ନୁପୁଙ୍ଖ ଆଲୋଚନା କରିବେ ବୋଲି ସୂଚନା ରହିଛି । ଏହା ପୂର୍ବରୁ ଗୁରୁବାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଜ୍ୟ କୃଷି ମନ୍ତ୍ରଣାଳୟ ପକ୍ଷରୁ କ୍ଷୟକ୍ଷତିର ସବିଶେଷ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କୁ ଦେବାକୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *