କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । କଡ଼ା ଟକ୍କର ପରେ ଗ୍ରେଟ୍ ବ୍ରିଟେନଠାରୁ ହାରିଯାଇଛି ଭାରତ । ୪-୩ ଗୋଲରେ ଗ୍ରେଟ୍ ବ୍ରିଟେନ୍ ବିଜୟୀ ହୋଇଛି । ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନଠୁ ହାରିବା ପରେ ନିରାଶ ହୋଇଛନ୍ତି ଭାରତବାସୀ । ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମର ସଫଳତା । ବ୍ରୋଞ୍ଜ ଜିତି ଟୋକିଓ ଅଭିଯାନ ଶେଷ କରିଛି ଗ୍ରେଟ ବ୍ରିଟେନ୍ । ତେବେ ମ୍ୟାଚ୍ ହାରି ବି ହୃଦୟ ଜିତିଛି ଭାରତୀୟ ମହିଳା ଦଳ । କାରଣ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମି ଫାଇନାଲରେ ପହଞ୍ଚିଥିଲା ଭାରତୀୟ ମହିଳା ହକି ଟିମ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *