ଭାରତ ପାଇଁ ଖୁସି ଖବର, ତୀରନ୍ଦାଜୀରେ ପଦକ ଅଭିମୁଖେ ଦୀପିକା-ପ୍ରବୀଣଙ୍କ ଯୋଡ଼ି

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ଅନ୍ୟପଟେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନ ମହିଳା ୧୦ ମିଟର ରାଇଫଲ ସୁଟିଂ କ୍ୱାଲିଫିକେସନ ରାଉଣ୍ଡରେ ଖରାପ ପ୍ରଦର୍ଶନ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି ।ତୀରନ୍ଦାଜୀର ଅନ୍ତିମ ଆଠ ମୁକାବିଲାରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍‌ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ 5-3ରେ ପରାସ୍ତ କରିଛି ଭାରତ । ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *