ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ
ଟୋକିଓ : ଆରମ୍ଭ ହୋଇ ଯାଇଛି ଖେଳ ମହାକୁମ୍ଭ। ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି । ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି। ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ନ୍ୟୁଜିଲାଣ୍ଡକୁ ହରାଇଛନ୍ତି। ଟେବୁଲ ଟେନିସରେ ଭାରତର ଚୀନ ସହ ମୁକାବିଲା ବିଶେଷ ଭଲ ନ ଥିଲା। ମୋନିକା ବାତ୍ର ଏବଂ ଶରତ କମଳଙ୍କ ଯୋଡ଼ି ଚୀନ୍ର ୟୁନ ଲିନ୍ ଏବଂ ଚିଂଗ ଝୋଂଗଙ୍କ ମଧ୍ୟରେ ହୋଇଥିଲେ । ଖେଳର ପ୍ରାରମ୍ଭିକ ସ୍ଥିତି ବିଶେଷ ଭଲ ନ ଥିଲା। ପ୍ରଥମ ଗେମ୍ରେ ଭାରତୀୟ ଯୋଡ଼ି ୮-୧୧ରେ ହାରି ଯାଇଛନ୍ତି। ସେହିଭଳି ଭାରତୀୟ ମହିଳା ହକି ଟିମ୍ ମଧ୍ୟ ପ୍ରଥମ ମ୍ୟାଚ ଖେଳିବ । ଅଧିନାୟିକା ରାନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନେଦରଲାଣ୍ଡକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି । ୪୯ କେଜି ଭାରୋତ୍ତୋଳନରେ ମୀରାବାଇ ଚାନୁ ପ୍ରତିଦ୍ୱନ୍ଦୀତା କରିବେ । ମିକ୍ସଡ୍ ତିରନ୍ଦାଜୀ ଟିମ୍ ଇଭେଣ୍ଟରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଆଜି ସୁଟିଂ ଟେବୁଲ ଟେନିସ, ବ୍ୟାଡମିଣ୍ଟନରେ ଭାରତୀୟ ଆଥଲେଟ୍ ମାନେ ପଡିଆକୁ ଓହ୍ଲାଇବେ ।