ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣ ମାମଲା ବଢ଼ୁଛି । ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନାରେ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱର ଜିଲ୍ଲାରେ ମୋଟ ୧୩ ହଜାର ୭୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହେଲାଣି । ଜିଲ୍ଲା ଏବେ କରୋନାର ଅରେଞ୍ଜ ଜୋନରେ ରହିଛି । ରେଡ୍ ଜୋନରେ ଥିବା ବଲାଙ୍ଗି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୫୭୦ଟି ସକ୍ରିୟ ମାମଲା ରହିଛି ।

ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ୨ କରୋନା ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୫୫କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ଥିବା କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୩୭୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ସେହିଭଳି କନ୍ଧମାଳ ଜିଲ୍ଲାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୮୮ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣରେ ରାଜ୍ୟର ଚିନ୍ତା ବଢ଼ାଇଥିବା ରେଡ୍ ଜୋନ୍ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୬ ହଜାର ୬୯୭ଟି ସକ୍ରିୟ ମାମଲା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *