ଆଜିଠୁ ଖୋଲିବ ସିନେମା ହଲ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଗୁରୁବାରଠୁ ଖୋଲିବ। ଅଗଷ୍ଟ ମାସ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ସନେମା ହଲ୍ ଗୁଡିକରେ ଖୋଲିବାକୁ ଅନୁମିତି ମିଳିଛି।  ସିଙ୍ଗଲ୍‌ ସ୍କ୍ରିନ୍‌ ପ୍ରେକ୍ଷାଳୟରେ ୫୦% ଦର୍ଶକଙ୍କୁ ନେଇ ଶୋ ଚାଲିବ। ଏଥିପାଇଁ ହଲ୍‌ ମାଲିକମାନେ ସବୁ ପ୍ରସ୍ତୁତି କରିଥିବା ପରେ ପୁଣି ଅଣ୍ଟା ସଳଖିବା ପାଇଁ ବାହାରିଛନ୍ତି। ଯେହେତୁ ୫୦% ଦର୍ଶକରେ ହଲ୍‌ଗୁଡ଼ିକ ଚାଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ପୂର୍ବ ପରି ଗୋଟିଏ ସିଟ୍‌ ଛଡ଼ା ଗୋଟିଏ ସିଟ୍‌ରେ ଦର୍ଶକ ବସି ପାରିବେ । ସୁରକ୍ଷା ଦୃଷ୍ଟିରୁ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ମଧ୍ୟ ରହିଛି । ସିନେମା ହଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଯିବ । ଏଥିସହିତ ହାତକୁ ଭଳ ଭାବରେ ସାନିଟାଇଜ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ହଲ୍‌ ପକ୍ଷରୁ ୪ଟି ଶୋ’ଧାର୍ଯ୍ୟ କରାଯାଇଛି । ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶୋ’ଚାଲିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *