ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବୌଦ୍ଧରେ ହେବ କୁଲିଂ ପ୍ଲାଣ୍ଟ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ବି ଆସିଲା ସ୍ୱାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ । ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।

ଏ ଅବସରର ବିଏସକେୱାଇ ସ୍ମାର୍ଟ କାର୍ଡ ବୈଶିଷ୍ଟ୍ୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ, ମୁଁ ଚାହେଁ ସମସ୍ତେ ସୁସ୍ଥ ରହୁନ୍ତୁ । ଚିକିତ୍ସା ପାଇଁ କେହି ଜମିବାଡ଼ି ନ ବିକନ୍ତୁ ଅବା ପିଲାଙ୍କ ପାଠପଢ଼ାରେ ଡୋରି ନ ଲାଗୁ । ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବଣ୍ଟନ ସହ ବୌଦ୍ଧ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ପାଇ ପାରିବେ ଉନ୍ନତ ଚିକିତ୍ସା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *